
ଭୂସ୍ଖଳନ କାରଣରୁ ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ , ୩୭ ନିଖୋଜ
ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ କାରଣରୁ ଖରାପରୁ ଖରାପ ହେବାରେ ଲାଗିଛି ହିମାଚଳ ପ୍ରଦେଶରେ ସ୍ଥିତି । ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଅଛନ୍ତି ନିଖୋଜ। ନିଖୋଜ ଥିବା ଆଉ ଦୁଇ ଜଣଙ୍କ ମୃତଦେହ କରାଯାଇଛି ଉଦ୍ଧାର । ଏହି କ୍ରମରେ ପାଣିପାଗ ବିଭାଗ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିବା ସହ ବନ୍ୟା ନେଇ ଜାରି କରିଛି ସତର୍କ ସୂଚନା । ଏ ନେଇ ଜାରି କରାଯାଇଛି ଆଡଭାଇଜରି । ଅଗଷ୍ଟ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଳାସପୁର, ହମିରପୁର, କୁଲ୍ଲୁ, କାଙ୍ଗରା, ମଣ୍ଡି, ସୋଲାନ, ଶିମଲା ଏବଂ ସିରମୌର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ୫୩ଟି ରାସ୍ତା ଯାତାୟତ ପାଇଁ ବନ୍ଦ ରହିଛି।