
ନିତିନ୍ ଗଡକରୀଙ୍କ ବଡ ଟୀପ୍ପଣି : ସମାଜରେ ଏମିତି କିଛି ଲୋକ ଦରକାର ଯିଏ ସରକାରଙ୍କ ବିରୋଧରେ ଅଦାଲତ ଯାଇ ପାରୁଥିବେ
ସମାଜରେ ଏମିତି କିଛି ଲୋକ ଦରକାର ଯିଏ ସରକାରଙ୍କ ବିରୋଧରେ ଅଦାଲତ ଯାଇ ପାରୁଥିବେ । ଏମିତି ବଡ ଟିପ୍ପଣୀ କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ନାଗପୁରରେ ଦିବଙ୍ଗତ ପ୍ରକାଶ ଦେଶପାଣ୍ଡେ ସ୍ମୃତି କୁଶଳ ସଙ୍ଗଠକ ପୁରସ୍କାର କାର୍ଯ୍ୟକ୍ରମ ଅବସରେ ଗଡକରୀ ଏହା କହିଛନ୍ତି ।ସେ କହିଛନ୍ତି ଲୋକ ପ୍ରଶାସନରେ ଅନୁଶାସନ ବଜାୟ ରଖିବା ଜରୁରୀ । କୌଣସି ବି ବ୍ୟକ୍ତିଙ୍କୁ ଭୁଲ୍ କାମର ପ୍ରତିବାଦରେ ଅଦାଲତର ଦ୍ୱାରସ୍ଥ ହେବା ଉଚିତ୍ । ଅଦାଲତ ମାଧ୍ୟମରେ ପ୍ରଶାସନରେ ଅନୁଶାସନ ବଜାୟ ରଖାଯାଇ ପାରିବ । ତେଣୁ ସମାଜରେ ଏମିତି କିଛି ଲୋକ ରହିବା ଉଚିତ୍, ଯିଏ ସରକାରଙ୍କ ବିରୋଧରେ ଅଦାଲତରେ ପିିଟିସନ ଦାୟର କରି ପାରିବେ ।
ସେ କହିଛନ୍ତି, ଏମିତି କଲେ ନେତା ଅନୁଶାସନରେ ରହିବେ । ଅନେକ ଥର ସରକାରରେ ଥିବା ମନ୍ତ୍ରୀ ମଧ୍ୟ କାମ କରନ୍ତି ନାହିଁ । କିନ୍ତୁ ଅଦାଲତଙ୍କ ଆଦେଶ ପରେ ସେମାନେ କାମ କରନ୍ତି । କାରଣ ଜନତାଙ୍କୁ ପ୍ରଲୋଭିତ କରିବାର ରାଜନୀତି କାରଣରୁ ନେତା ଓ ମନ୍ତ୍ରୀମାନେ ଲୋକଙ୍କ ହିତ ପାଇଁ ଉଚିତ୍ ପଦକ୍ଷେପ ନେଇ ପାରନ୍ତି ନାହିଁ ।
ଏହି ସମୟରେ ସେ ଅନେକ ଲୋକଙ୍କ ଉଦାହରଣ ଦେଇଛନ୍ତି, ଯେଉଁମାନେ ସରକାରଙ୍କ ବିରୋଧରେ କୋର୍ଟରେ ଜନସ୍ୱାର୍ଥ ମାମଲା ଏବଂ ପିଟିସନ ଦାୟର କରିଛନ୍ତି । ଗଡକରୀ କହିଛନ୍ତି ଯେ, ଅନେକ ଥର ଏମିତି ହୋଇଛି ଯେବେ ଲୋକେ ଅଦାଲତ ଯିବାରୁ ସରକାର ନିଜ ନିଷ୍ପତ୍ତିରୁ ପଛକୁ ହଟିବାକ ପଡିଛି ।