![](https://abhigam.com/wp-content/uploads/2024/12/Screenshot_2024-12-20-21-48-12-22_680d03679600f7af0b4c700c6b270fe7.jpg)
ରାମମନ୍ଦିର ନିର୍ମାଣ ପରେ କିଛି ନେତା ନିଜକୁ ସମଗ୍ର ହିନ୍ଦୁ ମାନଙ୍କର ନେତା ଭାବିବା ଉଚିତ ନୁହେଁ: ମୋହନ ଭାଗବତ
ଦେଶରେ ଚାଲିଥିବା ମନ୍ଦିର-ମସଜିଦ ବିବାଦ ଭିତରେ ଆସିଲା ଆରଏସଏସର ବୟାନ । ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଇଛନ୍ତି ଏବେ ବଡ଼ ବୟାନ । କିଛି ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଧାର୍ମିକସ୍ଥଳକୁ ରାଜନୀତି ପାଇଁ ବ୍ୟବହାର କରାଯାଉଛି । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପରେ କିଛି ନେତା ନିଜକୁ ସମଗ୍ର ହିନ୍ଦୁ ମାନଙ୍କର ନେତା ଭାବିବା ଉଚିତ ନୁହେଁ । ଦେଶରେ ଏକତା ଓ ସଦଭାବନା ଅକ୍ଷୁର୍ଣ୍ଣ ରହିବା ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡିବ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ଭାଗବତ । ତେବେ କାହାକୁ କଟାକ୍ଷ କରି ଆରଏସଏସ ମୁଖ୍ୟ ଏଭଳି ବୟାନ ରଖିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି ଉତ୍ତରପ୍ରଦେଶରେ ମନ୍ଦିର ଓ ମସଜିଦ ବିବାଦକୁ ନେଇ ମୋହନ ଭାଗବତ ଏଭଳି ପ୍ରତିକ୍ରିୟା ଦେଇଥିବା ଚର୍ଚ୍ଚା ହେଉଛି । ଏବଂ ସେ ପରୋକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏଭଳି କଟାକ୍ଷ କରିଥିବା ଚର୍ଚ୍ଚା ହେଉଛି ।