ସ୍ଵାମୀଙ୍କୁ ହତ୍ୟା କରିବାକୁ ଫେରିବା ଟିକେଟ ବୁକ୍‌ କରି ନ ଥିଲେ ସୋନମ

ସ୍ଵାମୀଙ୍କୁ ହନିମୁନ ପାଇଁ ମେଘାଳୟ ନେଇ‌ ସେଠାରେ ହତ୍ୟା କରିଥିବା ସୋନମ ରଘୁବଂଶୀଙ୍କ ଭୟଙ୍କର ଷଡ଼ଯନ୍ତ୍ର ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠିବାରେ ଲାଗି। ନିଜ ପୁରୁଷ ବନ୍ଧୁ ରାଜ କୁଶଓ୍ବାହା ପାଇଁ ସୋନମ ସ୍ଵାମୀ ରାଜା ରଘୁବଂଶୀଙ୍କୁ ସୁପାରି ଦେଇ ମେଘାଳୟରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୁଲିସ ସୋନମଙ୍କ ସହିତ ୪ ଜଣଙ୍କୁ ଗିରଫ କରିବା ପରେ ଘଟଣା ଉପରୁ ଧୀରେ ଧୀରେ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି। ଏ‌ବେ ସାମ୍ନାକୁ ଆସୁଛି ଯେ ସୋନମ ମେଘାଳୟ ଯିବା ଲାଗି ଟିକେଟ କରିଥିଲେ ସତ, କିନ୍ତୁ ଫେରିବା ଟିକେଟ କରି ନ ଥିଲେ। ଯାହାଫଳରେ ଘରୁ ବାହାରିବା ପୂର୍ବରୁ ସେ ରାଜାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରି ଯାଇଥିଲେ ବୋଲି ରାଜାଙ୍କ ମା’ ଉମା ରଘୁବଂଶୀ କହିଛନ୍ତି।

ଅନ୍ୟପଟେ ସୋନମଙ୍କ ଉପରେ ପରିବାର ସଦସ୍ୟଙ୍କର କୌଣସି ସନ୍ଦେହ ନ ଥିଲା ବୋଲି ରାଜାଙ୍କ ମା’ କହିଛନ୍ତି। କାରଣ ବିବାହ ପରଠାରୁ ସୋନମ ଜଣେ ଭଲ ବୋହୂ ଭାବେ ଚଳିଆସୁଥିଲେ। ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ। ତେଣୁ ତାଙ୍କ ଉପରେ କାହାରି ସନ୍ଦେହ ନ ଥିଲା।ରାଜାଙ୍କ ମା’ କହିଛନ୍ତି, ଯଦି ସୋନମ ତାଙ୍କ ପୁଅକୁ ଭଲ ପାଉଥାଆନ୍ତା, ତେବେ ସେ କେବେହେଲେ ତାଙ୍କୁ ମରିବାକୁ ଛାଡ଼ି ଦେଇ ପଳାଇ ନ ଥାଆନ୍ତା। ଘଟଣା ପଛରେ ଥିବା ସବୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।

Related Articles

Back to top button