
ତଦନ୍ତ ବେଳେ ପୁଲିସକୁ ଭ୍ରମିତ କରୁଥିବାରୁ ସୋନମଙ୍କ ପରିବାରର ସଦସ୍ୟଙ୍କ ନାର୍କୋ ଟେଷ୍ଟ ପାଇଁ ଦାବି କରିଛନ୍ତି ରାଜାଙ୍କ ଭାଇ
ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି । ତଦନ୍ତ ବେଳେ ପୁଲିସକୁ ସୋନମ ଭ୍ରମିତ କରୁଥିବାରୁ ପରିବାରର ସବୁ ସଦସ୍ୟଙ୍କ ନାର୍କୋ ଟେଷ୍ଟ ପାଇଁ ଦାବି କରିଛନ୍ତି ରାଜାଙ୍କ ଭାଇ । ରାଜାଙ୍କ ଭାଇ ସଚିନ ରଘୁବଂଶୀ ଅଭିଯୋଗ କରିଛନ୍ତି ଯେ ସୋନମ ଏବଂ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ଇନ୍ଦୋର ଆଣି ପଚରାଉଚରା କରାଯାଉ । ନାର୍କୋ ଟେଷ୍ଟ କରି ପୁରା ଘଟଣାର ସତ୍ୟ ବାହାରକୁ ଅଣାଯାଉ । ସୋନମ ୮ଦିନିଆ ରିମାଣ୍ଡ ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇନାହାଁନ୍ତି । ଜାଣିଶୁଣି ପୁଲିସକୁ ଭ୍ରମିତ କରୁଛନ୍ତି ସୋନମ । ତାଙ୍କୁ ଅଧିକ ସମୟ ରିମାଣ୍ଡରେ ନେଇ ଜେରା କରିବାକୁ ଦାବି କରିଛନ୍ତି ରାଜାଙ୍କ ଭାଇ । ସଚିନ ରଘୁବଂଶୀ ସୋନମଙ୍କ ସମଗ୍ର ପରିବାରର ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି । ସେ ସନ୍ଦେହ କରିଛନ୍ତି ଯେ ଷଡଯନ୍ତ୍ରରେ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କର ମଧ୍ୟ ଭୂମିକା ଥାଇପାରେ । ଏତେ ବଡ ଷଡଯନ୍ତ୍ର ଜଣେ କିମ୍ବା ଦୁଇ ଜଣ ଲୋକ କରିପାରିବେ ନାହିଁ । ଭାଇର ହତ୍ୟା ପଛର ପ୍ରକୃତ କାରଣ ପ୍ରକାଶ କରିବା ଉଚିତ ।