ସୋନିଆଙ୍କୁ ୩ ଘଣ୍ଟା ଜେରା କଲା ଇଡି, ପୁଣି ୨୫ରେ ହାଜର ହେବାକୁ ନୋଟିସ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଗୁରୁବାର ଜେରା କରିଥିଲା। ପ୍ରାୟ ୩ ଘଣ୍ଟା ଇଡିର ଅଧିକାରୀମାନେ ସୋନିଆଙ୍କୁ ପଚରାଉଚରା କରିଥିଲେ। ଜେରା ଶେଷ ହେବା ପରେ ପ୍ରିୟଙ୍କାଙ୍କ ସହ ସୋନିଆ ଘରକୁ ଫେରିଛନ୍ତି। ତେବେ ସୋନିଆଙ୍କୁ ଇଡି ପୁଣି ଥରେ ଜେରା କରିବ। ଏଥିପାଇଁ ତାଙ୍କୁ ୨୫ ତାରିଖରେ ପୁଣି ହାଜର ହେବାକୁ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହାପୂର୍ବରୁ ଇଡି କ୍ରମାଗତ ଭାବେ ୫ ଦିନ ଧରି ଜେରା କରିଥିଲା। ତେବେ ଗୁରୁବାର ସୋନିଆ ଇଡି ଅଫିସରେ ହାଜର ହେବା ପରେ ତାଙ୍କୁ ୫ ଜଣ ଅଧିକାରୀ ପଚରାଉଚରା କରିବା ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

Related Articles

Back to top button