ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି । କଂଗ୍ରେସ ଦଳର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଛନ୍ତି ଯେ ‘୨୦୦୪ ଏବଂ ୨୦୦୯ ରେ ଆମର ବିଜୟ ଡ. ମନମୋହନ ସିଂଙ୍କ ଦକ୍ଷ ନେତୃତ୍ୱ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଛି କିନ୍ତୁ ମୋତେ ଅଧିକ ଖୁସି ଦେଉଛି ଯେ ମୋର ଇନିଂସ ଭରତ ଯୋଡୋ ଯାତ୍ରାର ସଫଳତା ସହିତ ଶେଷ ହୋଇପାରେ । ଯାହା କଂଗ୍ରେସ ପାଇଁ ଏକ ଟର୍ଣିଂ ପଏଣ୍ଟ ହୋଇପାରେ।’

‘ବର୍ତ୍ତମାନର କଂଗ୍ରେସ ପାଇଁ ଏବଂ ସମଗ୍ର ଭାରତ ପାଇଁ ଏକ ଚ୍ୟାଲେଞ୍ଜକର ସମୟ ଅଟେ । ବିଜେପି-ଆରଏସଏସ ଦେଶର ପ୍ରତ୍ୟେକ ଅନୁଷ୍ଠାନକୁ କାବୁ କରିନେଇଛି । ଏହା କିଛି ବ୍ୟବସାୟୀଙ୍କୁ ଅନୁଗ୍ରହ କରି ଆର୍ଥିକ ଅନିଷ୍ଟ ଘଟାଇଛି ବୋଲି ଛତିଶଗଡର ରାୟପୁରରେ ସୋନିଆ ଗାନ୍ଧୀ କହିଛନ୍ତି ।

ବିଜେପିକୁ ଟାର୍ଗେଟ୍ କରି ସୋନିଆ କହିଛନ୍ତି ଯେ, ବିଜେପି ଦେଶରେ ଘୃଣା ସୃଷ୍ଟି କରିବାରେ ଲାଗିଛି । ଏହା ନିର୍ଦ୍ଧିଷ୍ଟ ଭାବେ ଅଳ୍ପସଂଖ୍ୟକ, ମହିଳା, ଦଳିତ ଏବଂ ଆଦାବାସୀଙ୍କୁ ଟାର୍ଗେଟ୍ କରିଥିବା ସେ କହିଥିଲେ । ତେବେ ଆମକୁ ଜୋରସୋରରେ ବିଜେପି ଶାସନକୁ ମୁକାବିଲା କରିବା, ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ଆମର ବାର୍ତ୍ତା ସ୍ପଷ୍ଟ ଭାବରେ ଜଣାଇବା ଆବଶ୍ୟକ ବୋଲି କଂଗ୍ରେସର ସର୍ବଦଳୀୟ ଅଧିବେଶନରେ ସୋନିଆ ଗାନ୍ଧୀ କହିଛନ୍ତି ।

Related Articles

Back to top button