
ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ଅବସରରେ ସୋନିଆ ରାଷ୍ଟ୍ରପତିଙ୍କୁ ଅଭିବାଦନ ବ୍ୟକ୍ତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି । ଏଥିସହିତ ସୋନିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଖୁବ୍ ଉତ୍ସାହିତ ଥିଲେ । ଜୁଲାଇ ୨୧ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସୋନିଆ ଶୁଭାକାମନା ଜଣାଇବା ସହ ଯଥାଶୀଘ୍ର ଭେଟିବେ ବୋଲି କହିଥିଲେ । କିନ୍ତୁ ଇଡି ସାମ୍ନାରେ ହାଜର ହେବା ଯୋଗୁ ଏହି ଭେଟଘାଟ ବିଳମ୍ବ ହୋଇଥିଲା ।