
ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସାମ୍ବାଦିକମାନଙ୍କ ପାଇଁ ପ୍ରସ୍ତୁତ କରାଯିବ ଏସ୍ଓପି
ନୁଆଦିଲ୍ଲୀ: ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏସ୍ଓପି ଅର୍ଥାତ୍ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁର ପ୍ରସ୍ତୁତ କରାଯାଉଛି। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି। ଶନିବାର ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ସାମ୍ବାଦିକ ମେଳରେ ତିନି ଯୁବକ ଆସି ଆସି ଗ୍ୟାଙ୍ଗଷ୍ଟାର୍ ଆତିଫ ଅହମ୍ମଦକୁ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରଳାୟ ଏବେ ଏହି ଏସ୍ଓପି ଆଣିବାକୁ ଯାଉଛନ୍ତି।
ସୁତ୍ରରୁ ମିଳିଥିବା ଖବର ମୁତାବକ ପ୍ରଧାନମନ୍ତ୍ରୀ ଦ୍ରନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱବଧାନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏହି ଏସ୍ଓପି ପ୍ରସ୍ତୁତ କରାଯିବ।