
ମାତ୍ର ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା
ଆଉ ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଆଡେ ମୁହାଁଇଛି । ପ୍ରାୟତଃ ଜୁନ୍ ମାସ ପ୍ରାରମ୍ଭରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁବା ଆକଳନ କରାଯାଉଛି । ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ କେରଳ ଛୁଇଁବାର ୨-୩ ଦିନରେ ଅଧିକ ଅଞ୍ଚଳକୁ ଅଗ୍ରସର ହେବ ।