ଗାଡ଼ି ଚେକିଂ ବେଳେ ଟ୍ରାଫିକ୍ ପୁଲିସକୁ ଦୁର୍ବ୍ୟବହାର କଲେ ଚାଲାଣ କାଟିପାରିବ ପୋଲିସ

ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଦିନକୁ ଦିନ ନିୟମ କଡାକଡି ହେବାରେ ଲାଗିଛି । ତେଣୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆପଣମାନେ ନମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଫାଇନ୍‌ କାଟିବ ତାହା ନୁହେଁ ବରଂ ଗାଡ଼ିଚାଳକଙ୍କ ଲାଇସେନ୍ସକୁ ମଧ୍ୟ ରବ୍ଦ କରିଦିଆଯାଇପାରେ । ତେଣୁ ଏହି ସବୁ ଦିଗ ଉପରେ ଧ୍ୟାନ ନଦେଲେ ଅଯଥାରେ ଆପଣ ଦେଇପାରନ୍ତି ଜୋରିମାନା ।

ମଟର ଭେଇକଲ ଆକ୍ଟ(ଏମ୍‌.ଭି.ଏ) ନିୟମ ଅନୁସାରେ, ଯଦି ଆପଣଙ୍କ ଗାଡ଼ି ଚେକିଂ ବେଳେ ଟ୍ରାଫିକ୍ ପୁଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ନାଁରେ ଚାଲାଣ କାଟିପାରିବ ପୋଲିସ । ୧୭୯ ଏମ୍‌ଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍‌ ପୋଲିସଙ୍କୁ ଅଧିକାର ଦିଆଯାଇଛି । ତେଣୁ ଚେକିଂ ବେଳେ ଦୁର୍ବ୍ୟବାହର ମହଙ୍ଗା ପଡ଼ିପାରେ । ଚେକିଂ ବେଳେ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତିତର୍କ କଲେ ଏଣିକି ଆପଣଙ୍କୁ ଦେବାକୁ ପଡ଼ିପାରେ ଫାଇନ୍‌ । ଯଦି ଆପଣ କୌଣସି କାରଣରୁ ବି ଅଯଥାରେ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତି ତର୍କ କରନ୍ତି ତେବେ ଦେବାକୁ ପଡ଼ିପାରେ ଫାଇନ୍‌।

ନୂଆ ଟ୍ରାଫିକ୍ ନିୟ ଅନୁସାରେ, ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଆଉ ଟ୍ରାଫିକ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି, ତେବେ ବି ଆପଣଙ୍କ ବିରୋଧରେ ଚାଲାଣ କଟିପାରେ । ଆପଣଙ୍କ ଚାଲାଣ କଟିଛି କି ନାହିଁ  ଜାଣିବା ପାଇଁ ଆପଣଙ୍କୁ https://echallan.parivahan.gov.in ୱେବସାଇଟକୁ ଯିବାକୁ ପଡ଼ିବ । ପେଜ୍‌ ଖୋଲିବା ପରେ ଚେକ୍‌ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ଭେଇକିଲ୍‌ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ । ପରେ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ନାଁରେ ଜୋରିମାନା କଟିଛି କି ନାହିଁ।

ଚାଲାଣ ଭରିବାକୁ ହେଲେ ଆପଣଙ୍କୁ https://echallan.parivahan.gov.in/ ୱେବସାଇଟକୁ ଯିବାକୁ ହେବ। ପରେ ସେଠାରେ ଦିଆଯାଇଥିବା ଅପସନରେ କ୍ଲିକ କରିବା ପରେ ଜୋରିମାନ ଭରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକୁ ଦିନ ଟ୍ରାଫିକ୍‌ ନିୟମରେ ଅନେକ ପରିବର୍ତ୍ତନ ହେଉଛି। ତେଣୁ ନିୟମ ନମାନିଲେ ଆପଣଙ୍କ ଉପରେ ବି ହୋଇପାରେ କାର୍ଯ୍ୟାନୁଷ୍ଠାନ ।

Related Articles

Back to top button