ଫାରୁକ ଅବଦୁଲ୍ଲା ଲଢିବେନି ଲୋକସଭା ନିର୍ବାଚନ

ନେସନାଲ କନଫରେନ୍ସର ଅଧ୍ୟକ୍ଷ ଏବଂ ଶ୍ରୀନଗରର ସାଂସଦ ଫାରୁକ ଅବଦୁଲ୍ଲାଙ୍କ ସହ ଖବର ସାମ୍ନାକୁ ଆସିଛି । ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେନି । ଫାରୁକ ଅବଦୁଲ୍ଲାଙ୍କ ପୁଅ ଅମର ଅବଦୁ୍‌ଲ୍ଲା ସୂଚନା ଦେଇଛନ୍ତି । ଅମର କହିଛନ୍ତି ଯେ, ସ୍ୱାସ୍ଥ୍ୟ କାରଣରୁ ଫାରୂକ ଅବଦୁଲ୍ଲା ଲୋକସଭା ନିର୍ବାଚନ ଲଢିବେ ନାହିଁ ।

ଫାରୁକ ଅବଦୁଲ୍ଲା ଜାମ୍ମୁ ଲୋକସଭା ସିଟରୁ କଂଗ୍ରେସ ପ୍ରାର୍ଥୀ ରମଣ ଭଲ୍ଲାଙ୍କ ସମର୍ଥନରେ ଜାମ୍ମୁ ଜିଲ୍ଲା ଉପଆୟୁକ୍ତ କାର୍ଯ୍ୟାଳୟ ପହଁଚିଥିଲେ । ସେଠାରେ ରମଣ ଭଲ୍ଲାଙ୍କ ନାମାଙ୍କନ ଦାଖଲ ହେବାକୁ ଥିଲା, ଯାହା ପାଇଁ ଫାରୁକ ମଧ୍ୟ ପହଁଚିଥିଲେ । ଏହାରି ମଧ୍ୟରେ ସେ ଇଣ୍ଡିଆ ମେଣ୍ଟ ଉପରେ ମଧ୍ୟ କଥା ହୋଇଥିଲେ । ସେ କହିଥିଲେ ଯେ, ଇଣ୍ଡିଆ ମେଣ୍ଟରେ କୌଣସି ବିବାଦ ନାହିଁ । ଫାରୁକ ଅମର ଅବଦୁଲ୍ଲା, ମହବୁବା ମୁପ୍ତୀ ସମସ୍ତେ ଏକଜୁଟ ଅଛନ୍ତି ।

ଫାରୁକ କହିଥିଲେ ଯେ, ଇଣ୍ଡିଆ ମେଣ୍ଟର ନିର୍ମାଣ ଡାକ୍ତର ଆମ୍ବେଦକରଙ୍କ ସମ୍ବିଧାନକୁ ସୁରକ୍ଷା ଦେବା ଲାଗି କରାଯାଇଥିଲା । ସେମାନଙ୍କୁ ଭୟ ଲାଗୁଛି ଯେ, ସମ୍ବିଧାନକୁ ଶେଷ କରିବା ପାଇଁ ପ୍ରୟାସ କରାଯାଉଛି । ତାଙ୍କୁ ଭରଷା ରହିଛି ଯେ, ଜନତା ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ସମର୍ଥନ କରିବେ ।

Related Articles

Back to top button