ନିର୍ବାଚନ କମିସନଙ୍କ ପାଖରେ ନିର୍ବାଚନୀ ବଣ୍ଡ ସମ୍ପର୍କୀୟ ତଥ୍ୟ ଦାଖଲ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍ ପରେ ଚେତିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନ କମିସନଙ୍କ ପାଖରେ ଦାଖଲ କଲା ନିର୍ବାଚନୀ ବଣ୍ଡ ସମ୍ପର୍କୀୟ ଗୁରତ୍ୱପୂର୍ଣ୍ଣ ତଥ୍ୟାବଳୀ । ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ଏହି ତଥ୍ୟକୁ ଆସନ୍ତା ୧୫ତାରିଖ ସୁଦ୍ଧା ମୁଖ୍ୟ ନିର୍ବାଚନ କମିସନ ନିଜ ୱେବସାଇଟରେ ଅପଲୋଡ କରି ସାର୍ବଜନୀନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ । ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସବିଆଇ ଉପରେ ବର୍ଷିବା ସହ ତାଙ୍କୁ ମଙ୍ଗଳବାର ଭିତରେ ତଥ୍ୟ ଦେବାକୁ କହିଥିଲେ । ଶେଷରେ କୋର୍ଟଙ୍କ ତାଗିଦ ଆଗରେ ମୁଣ୍ଡ ନୂଆଁଇବା ସହିତ ତଥ୍ୟ ଦାଖଲ କରିଛି ଏସବିଆଇ ।

Related Articles

Back to top button