‘ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ‘- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ‘ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ’ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଞ୍ଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଏହି ୫ଜଣିଆ ବେଞ୍ଚ ର ଗଠନ କରାଯାଇଥିଲା । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଏମପି, ବିଧାୟକ କିମ୍ବା ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ବକ୍ତବ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିପାରିବ କି ନାହିଁ ଆବେଦନ ନେଇ ଏହି ଶୁଣାଣୀ କରାଯାଇଥିଲା ।
ବେଞ୍ଚ କହିଥିଲେ ଧାରା ୧୯ (୨) ଅନୁଯାୟୀ ସାଧାରଣ ପ୍ରତିନିଧିଙ୍କ ବକ୍ତବ୍ୟ ତଥା ଅଭିବ୍ୟକ୍ତି ଉପରେ କୌଣସି ଅତିରିକ୍ତ ପ୍ରତିବନ୍ଧକର ଆବଶ୍ୟକତା ନାହିଁ । ତେବେ ଜଣେ ବ୍ୟକ୍ତିଙ୍କ ବକ୍ତବ୍ୟ ନେଇ ସିଧାସଳଖ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣୀକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।