
ଜମ୍ମୁ-କଶ୍ମୀରରେ ଏଲଓସି ନିକଟରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି
ଶ୍ରୀନଗର: ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆସନ୍ତା ମାସରୁ ଆରମ୍ଭ ହେବ। ତେବେ ଏହାର ଯୋଜନା କରୁଥିବା ଏନ୍ଜିଓ ଭୂମି ପୂଜନ ପାଇଁ ଶିବାଜୀଙ୍କ ଦୁର୍ଗରୁ ମାଟି ଆଣିବ ବୋଲି ଜଣାପଡିଛି।
ଭାରତ-ପାକିସ୍ଥାନ ଏଲଓସି ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ବୋଲି ଫେବୃୟାରୀ ୧୪ରେ ଅମହି ପୁଣେକର ଏନ୍ଜିଓ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ତେବେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହେବାର ଉଦ୍ଦେଶ୍ୟ-ଶତ୍ରୁଙ୍କ ବିରୋଧରେ ଲଢୁଥିବା ସୈନ୍ୟମାନେ ତାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶ ଏବଂ ନୈତିକ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ହେବେ।