
ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ସମୟରେ ଷ୍ଟକ ମାର୍କେଟରେ ବୃଦ୍ଧି
ନୂଆଦିଲ୍ଲୀ: ବଜେଟ ପରେ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ସେନ୍ସେକ୍ସ ଏବଂ ନିଫ୍ଟି ଉଭୟ ଲାଭ ସହିତ ଖୋଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମୟରେ ଷ୍ଟକ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାୟ ୧୧୦୦ ପଏଣ୍ଟ ହାସଲ କରି ସେନସେକ୍ସ ୬୦ ହଜାର ଅତିକ୍ରମ କରିଥିଲା। ଅନ୍ୟ ପଟେ, ନିଫ୍ଟି ମଧ୍ୟ ୨୭୪ ପଏଣ୍ଟ ହାସଲ କରିଛି ।