ପଶ୍ଚିମବଙ୍ଗ ଓ ବିହାର ସୀମାରେ ରାହୁଲ ଗାନ୍ଧୀଙ୍କ କାର୍ ଉପରକୁ ପଥର ମାଡ଼

ପଶ୍ଚିମବଙ୍ଗ ଓ ବିହାର ସୀମାରେ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆକ୍ରମଣ ଟିଏମସି କରିଛି ବୋଲି ଅଭିଯୋଗ କରିଛନ୍ତି । ଏହି ଆକ୍ରମଣ ମାଲଦାର ହରିଶ୍ଚନ୍ଦ୍ରପୁର ଠାରେ ହୋଇଛି । ଏହି ଆକ୍ରମଣରେ ରାହୁଲ ଗାନ୍ଧୀଙ୍କ କାର୍‌ର କାଚ ଭାଙ୍ଗି ଯାଇଛି । ଅନ୍ୟପକ୍ଷରେ ଟିଏମସି ଅଧୀର ରଞ୍ଜନଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛି ଭିଡ ଅଧିକ ହୋଇଥିବାରୁ ଠେଲାପେଲାରେ ଏପରି ହୋଇଛି । କିନ୍ତୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ରାଜନୀତି ଜୋର ହେଉଛି ।

ତେବେ ଏହି ଘଟଣାରେ ରାହୁଲଙ୍କ କାର୍‌ର ପଛପଟ କାଚ ଭାଙ୍ଗି ଯାଇଛି । କିନ୍ତୁ ରାହୁଲଙ୍କୁ କୌଣସି ଆଘାତ ପହଞ୍ଚି ନାହିଁ । ତେବେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ହଁ ହୋଇଥାଇ ପାରେ କି ଭିଡ ଭିତରେ ପଛରୁ କେହି କାର୍ ଉପରେ ପଥରମାଡ କରିଥାଇପାରେ । ପୋଲିସ ବାହିନୀ ଏହାକୁ ନଜର ଅନ୍ଦାଜ କରୁଛି । ଏହା ଏକ ଛୋଟ ଘଟଣା ହେଲେ ବି ଆହୁରି ଅଧିକ କିଛି ହୋଇପାରିଥାନ୍ତା । ସେ ଆହୁରି କହିଛନ୍ତି କି ଆମେ ଏଠାକୁ ଆସିବା ପରେ ଶିବିର ତିଆରି କରିଛୁ । ରାହୁଲ ଗାନ୍ଧୀଙ୍କୁ ଦ୍ୱିପ୍ରହର ଭୋଜନ କରାଇବା ଲାଗି ବି ଆମକୁ ଏଠାରେ ସଠିକ୍ ଯାଗା ମିଳୁ ନ ଥିଲା । ଆମେ ଜଳସେଚନ ବଙ୍ଗଳା ମାଗିଥିଲୁ ରାହୁଲଜୀଙ୍କୁ ଦ୍ୱିପ୍ରହର ଭୋଜନ କରାଇବାକୁ କିନ୍ତୁ ଆମକୁ ଅନୁମତି ମିଳିଲା ନାହିଁ । ତେଣୁ ଏଠାରେ ଶିବିର ଲଗାଇଥିଲୁ । ରାସ୍ତାରେ ଆମେ ଯେଉଁଠି ପତାକା ଲଗାଇଛୁ ସେଠାରେ ଟିଏମସି ସେମାନଙ୍କ ପତାକା ଲଗାଇ ଦେଇଛନ୍ତି । ଆମ ଫଟୋ ଯାଗାରେ ତାଙ୍କ ଫଟୋ ଲଗାଇ ଦେଇଛନ୍ତି ।

Related Articles

Back to top button