JNU କ୍ୟାମ୍ପସରେ ଧାରଣା ଦେଲେ ୨୦ ହଜାର ଜରିମାନା

ଜବାହାରଲାଲ ନେହରୁ ୟୁନିଭରସିଟିରେ ନୂଆ ନିୟମ ଲାଗୁ କରିବା ପାଇଁ ଆଦେଶ ଜାରି କରାଯାଇଛି । ଏହି ନିୟମ ପରେ ଛାତ୍ରଛାତ୍ରୀ ଚିନ୍ତାରେ ପଡିଛନ୍ତି । ନିୟମ ମୁତାବକ, ୟୁନିଭରସିଟି କ୍ୟାମ୍ପସରେ ଧାରଣା ଦେଲେ ଏବେ ୨୦ ହଜାର ଟଙ୍କା ଜରିମାନା ଲାଗିବ । ଏହାଛଡା ରାଷ୍ଟ୍ର ବିରୋଧୀ ନାରାବାଜୀ କଲେ ୧୦ ହଜାର ଜରିମାନା ଲାଗିବ ବୋଲି କୁହାଯାଇଛି ।

ୟୁନିଭରସିଟିରେ ଯେଉଁ ଛାତ୍ରମାନେ ନିଜ ହିତ ପାଇଁ ସମୟ ସମୟରେ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରନ୍ତି, ସେମାନେ ଆଉ ପ୍ରଦର୍ଶନ କରିପାରିବେ ନାହିଁ । କ୍ୟାମ୍ପସରେ ଧାରଣା ଦେଲେ ୨୦ ହଜାର ଜରିମାନା ଏବଂ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଲେ ୧୦ ହଜାର ଜରିମାନା ଲାଗିବ ।

ତେବେ ନୂଆ ଆଦେଶ ପରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ନାରାଜ ରହିଛନ୍ତି । ଆମ ଠାରୁ ଆମ ସମ୍ବିଧାନିକ ଅଧିକାର ଜେଏନୟୁ ଛଡାଇ ନେଇଛି । ଏବିଭିପି ପକ୍ଷରୁ କୁହାଯାଇଛି, କ୍ୟାମ୍ପସ ଭିତରେ ଯେଉଁମାନେ ଜାତୀୟ ବିରୋଧୀ ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ଉପରେ ଜରିମାନା ଲାଗୁ କରିବାକୁ ସମର୍ଥନ କରୁଛି, କିନ୍ତୁ ଯଦି କୌଣସି ସଂଗଠନ ତାଙ୍କର ଦାବିଗୁଡିକ ବିଷୟରେ ପ୍ରଦର୍ଶନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ତାହା କରିବାକୁ ଅନୁମତି ଦିଆଯିବା ଉଚିତ୍ ।

ଦେଶ ବିରୋଧୀ ସ୍ଲୋଗାନ ଦେବା ମାମଲା ଜେଏନୟୁରେ ପୂର୍ବରୁ ସାମ୍ନାକୁ ଆସିଥିଲା ଯେଉଁଥିରେ ଛାତ୍ର ନେତା କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଦଣ୍ଡିତ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଜେଏନୟୁରେ ଏହି ନିୟମ ଲାଗୁ ହୋଇଥିଲା । ଏଠାରେ ଧାରଣା ଦେଲେ ୨୦ ହଜାର ଜରିମାନା ଲାଗିବ ବୋଲି କହାଯାଇଥିଲା । ସେତେବେଳେ ମଧ୍ୟ ଏହି ମାମଲାକୁ ନେଇ ଛାତ୍ର ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲା । ତେବେ ପୁଣି ନୂଆ ନିୟମକୁ ନେଇ ଛାତ୍ର ସଂଗଠନ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Related Articles

Back to top button