INS ଆରିହନ୍ତରୁ ବାଲାଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପୂର୍ବରୁ ନ୍ୟୁକ୍ଲିୟର ଟ୍ରାଏଡ୍ ଗ୍ରୁପରେ ସାମିଲ ହୋଇଥିବା ଭାରତକୁ ପୁଣି ମିଳିଲା ଜବରଦସ୍ତ ସଫଳତା । ଭାରତ ମହାସାଗର ସମେତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଚେକ୍ ଦେବାକୁ ବଢିଲା ଭାରତର ଶକ୍ତି । ଜଳ, ସ୍ଥଳ ଏବଂ ଆକାଶରୁ ନିକ୍ଷେପ ହୋଇପାରୁଥିବା ଆଣବିକ ମିସାଇଲ୍ ପ୍ରୋଗ୍ରାମ (ନ୍ୟୁକ୍ଲିୟର ଟ୍ରାଏଡ୍)ର ସଫଳତାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ । ଭାରତ ଆଜି ବଙ୍ଗୋପସାଗରରେ ମହାଗର୍ଜନ କରିଛି । ଆଣବିକ ବୁଡାଜାହାଜ ଆଇଏନଏସ୍ ଆରିହନ୍ତରୁ SLBM (Submarine Launched Ballistic Missile)ର ସଫଳ ପରୀକ୍ଷଣ ହୋଇଛି । ଆଜିର ଏହି ପରୀକ୍ଷଣ ପରେ ନୌସେନାର ଶକ୍ତି ବୃଦ୍ଧି ହେବା ସହିତ ଶତୃକୁ ଗଭୀର ସମୁଦ୍ରରେ ମାତ ଦେବା ଏବଂ ସମୁଦ୍ରରୁ ଶତୃର ଛାତିକୁ ଲକ୍ଷ୍ୟଭେଦ କରିବା ସହଜ ହେବ ।

INS ଆରିହନ୍ତ ନ୍ୟୁକ୍ଲିୟର ସବ୍‌ମେରାଇନ୍‌ (ଆଣବିକ ବୁଡାଜାହାଜ )ରୁ ବାଲାଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି । ପୂର୍ବ ନିର୍ଦ୍ଧାରିତ ରେଞ୍ଜ୍‌ରେ ଏହା ଟାର୍ଗେଟକୁ ସଫଳତାର ସହ ହିଟ୍ କରିଛି । ବଙ୍ଗୋପ ସାଗରରେ ଏହାର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ବେଳେ ବାଲିଷ୍ଟିକ୍‌ ମିସାଇଲ୍‌ର କାର୍ଯ୍ୟ କ୍ଷମତା ଓ ବୈଷୟିକ ପାରାମିଟର ଉପରେ ନଜର ରଖିଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।

INS ଆରିହନ୍ତ ନ୍ୟୁକ୍ଲିୟର ସବ୍‌ମେରାଇନ୍‌ ଦ୍ବାରା ବାଲିଷ୍ଟିକ୍‌ ମିସାଇଲ୍ ତାର ଦକ୍ଷତା ପ୍ରମାଣିତ କରିଛି । SSBN( nuclear-powered, ballistic missile-carrying submarine) କାର୍ଯ୍ୟକ୍ରମକୁ ମାନ୍ୟତା ଦେବାକୁ ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି ।

ଭାରତର ବିଶ୍ବସନୀୟ ନ୍ୟୁନତମ ପ୍ରତିରୋଧର ନୀତିକୁ ଧ୍ୟାନରେ ରଖି ଏହି ମିସାଇଲ ବିକଶିତ କରାଯାଇଛି । ଏହି ମିସାଇଲ ପାଖରେ ଟାର୍ଗେଟ୍‌କୁ ପ୍ରତିହତ କରିବା ପାଇଁ କ୍ଷମତା ରହିଛି । ଆଜିର ପରୀକ୍ଷଣ ମାଧ୍ୟମରେ ଏହି ମିସାଇଲ ତାର ପ୍ରତିବଦ୍ଧତାକୁ ସମ୍ପାଦନ କରିଛି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related Articles

Back to top button