ଆପ୍‌ ବିରୋଧରେ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ ଅଭିଯୋଗ କଲା ଠକ ସୁକେଶ ଚନ୍ଦ୍ର

ନୂଆଦିଲ୍ଲୀ: ଆପ୍‌ ବିରୋଧରେ ଲିଖିତ ଅଭିଯୋଗ ଆଣିଲା ଠକ ସୁକେଶ ଚନ୍ଦ୍ର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କୁ ଲିଖିତ ଅଭିଯୋଗ କରିଛି। ଆପ୍ ନେତା ତାଙ୍କୁ ଧମକ ଦେଇ କେସ୍ ଉଠାଇ ନେବାକୁ କହୁଥିବା ସେ ରାଜ୍ୟପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।

ଜେଲ୍‌ରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନ୍ ସୁକେଶକୁ କଲ୍ କରିଥିଲେ। ସବୁ ପ୍ରମାଣ ନଷ୍ଟ କରିବା ସହ ଏବଂ ମାମଲା ଉଠାଇ ନେବା ପାଇଁ ୪୮ ଘଣ୍ଟା ସମୟ ଦେଇଛନ୍ତି ବୋଲି ସୁକେଶ କହିଛି। କେବଳ ସେତିକି ନୁହେଁ ଜେଲର ଷ୍ଟାଫ୍‌ମାନେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଚିଠିରେ ସେ ଆହୁରି ଅଭିଯୋଗ କରିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ୍‌ ଡିସେମ୍ବର ୩୧ ତାରିଖରେ ସୁକେଶକୁ କର୍ଣ୍ଣାଟକ ନିର୍ବାଚନରେ ଏକ ସିଟ୍ ସହ ଓ ପଞ୍ଜାବର ଏକ ଖଣୀ ଲିଜ୍ ଦେବେ ବୋଲି କହିଥିଲେ। ଜେଲ୍ ସୁପରିଟେେଣ୍ଡେଣ୍ଟ ରାଜକୁମାର ଆସି ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ଏନେଇ ଯେଉଁ କଲ୍‌ ରେକର୍ଡିଂ ସ୍କ୍ରିନ୍‌ ଶଟ୍ ଓ ସବୁ ମିଡିଆକୁ ଦେଇଥିଲେ ତାହା ଡିଲିଟ୍ ମାରିଦେବାକୁ ଜୈନ ଧମକ ଦେଇଛନ୍ତି ବୋଲି ସେ କହିଛନ୍ତି। ବାଧ୍ୟ ହୋଇ ସେ ସୁଶାନ୍ତ ସିଂହ ରାଜପୁତ ଭଳି ଆତ୍ମହତ୍ୟା କରିବେ ବୋଲି ସୁକେଶ କହିଛନ୍ତି।

Related Articles

Back to top button