ଭାରତର ସୈାନ୍ଦର୍ଯ୍ୟକୁ ପ୍ରଶଂସା କଲେ ସୁନୀତା ୱିଲିୟମ୍

ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର୍‌ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା ।

ଭାରତ ବିଷୟରେ କହିଲେ, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଥିବା କହିଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।

Related Articles

Back to top button