
ଯାନ୍ତ୍ରିକ ତ୍ରୁଟିର ସମାଧାନ ପରେ ଜୁନ୍ ପହିଲାରେ ମହାକାଶ ଯାତ୍ରା କରିବେ ସୁନିତା
ଜୁନ୍ ୧ରେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିବେ ସୁନିତା ୱିଲିୟମ୍ସ । ନାସା ପକ୍ଷରୁ ଚଳିତ ମାସ ୬ ତାରିଖରେ ସୁନିତା ୱିଲିୟମ୍ସ ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ମହାକାଶ ଯାତ୍ରା କରିଥାନ୍ତି । କିନ୍ତୁ ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଯାନ୍ତ୍ରିକ ତ୍ରୁଟିର ସମାଧାନ ପରେ ଜୁନ୍ ପହିଲାରେ ମହାକାଶ ଯାତ୍ରା କରିବେ ସୁନିତା । ସୁନିତାଙ୍କ ସହ ନାସାର ଅନ୍ୟ ଜଣେ ମହାକାଶଚାରୀ ବ୍ୟାରୀ ୱିଲମୋର ମହାକାଶ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।