ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି: ସବୁ ମାମଲାରେ ଅନ୍ତରୀଣ ଜାମିନ ମିଳିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ‘ଫ୍ୟାକ୍ଟ ଚେକର’ ମହମ୍ମଦ ଜୁବେରଙ୍କୁ ଆଶ୍ୱସ୍ତ କରିଛନ୍ତି। କୋର୍ଟ ଜୁବେରଙ୍କୁ ସବୁ ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଥିବା ବେଳେ ତାଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହମ୍ମଦ ଜୁବେର ତାଙ୍କ ବିରୋଧରେ ୟୁପି ପୋଲିସ ରୁଜୁ କରିଥିବା ସବୁ ଏତଲା ଖରାଜ କରିବାକୁ ଦାବି କରିଥିଲେ। ସେହିପରି ଯେ ପର୍ଯ୍ୟନ୍ତ ତାଙ୍କ ପିଟିସନ ଉପରେ ନିଷ୍ପତ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ ବୋଲି ନିବେଦନ କରିଥିଲେ।

ସୁପ୍ରିମକୋର୍ଟ ଜୁବେରଙ୍କୁ ଜାମିନ ମଞ୍ଜୁର କରି ଗିରଫ ଲାଗି  ଶକ୍ତିର ସଂଯମ ପ୍ରୟୋଗ କରିବାକୁ କହିଛନ୍ତି। ସେହିପରି ଜୁବୈରଙ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଷ୍ଟଡିରେ ରଖା ଯାଇ ପାରିବନି ବୋଲି ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ଜୁବେରଙ୍କ ବିରୋଧରେ ରୁଜୁ ସବୁ ମାମଲାକୁ ଏକାଠି କ୍ଲବ କରିଛନ୍ତି। ଏହି ସବୁ ମାମଲାର ଏବେ ଗୋଟିଏ ତଦନ୍ତକାରୀ ସଂସ୍ଥାନ ତଦନ୍ତ କରିବେ। ଏଣୁ ମାମଲାର ତଦନ୍ତ ଲାଗି ଗଠିତ ଉତ୍ତରପ୍ରଦେଶ ଏସଆଇଟିକୁ କୋର୍ଟ ଭାଙ୍ଗି ଦେଇଛନ୍ତି। ତେବେ କୋର୍ଟ ମୋକଦ୍ଦମା ରଦ୍ଦ କରାଯାଇ ପାରିବନି ବୋଲି କହିଛନ୍ତି।

ତେବେ ଏହା ପୂର୍ବରୁ ଶୁଣାଣିରେ ଉତ୍ତରପ୍ରଦେଶ ସରକାର ଜୁବେରଙ୍କୁ ଉତ୍ତେଜକ ଟ୍ୱିଟ୍‌ ବଦଳେ ପଇସା ମିଳୁଥିଲା ବୋଲି କହିଥିଲେ। ତାଙ୍କର ପୋଷ୍ଟ ଓ ଟ୍ୱିଟ୍‌ ଯେତିକି ଉତ୍ତେଜକ ହେଉଥିବା ସେହି ଅନୁସାରେ ତାଙ୍କୁ ପଇସା ମିଳୁଥିଲା ବୋଲି କୋର୍ଟଙ୍କୁ କହିଥିଲେ। l ତେବେ ଜୁବେରଙ୍କ ବିରୋଧରେ ଆଗତ ମାମଲାର ତଦନ୍ତ ୟୁପି ପୋଲିସ ବଦଳେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ କରିବେ ବୋଲି କୋର୍ଟ କହିଛନ୍ତି।

Related Articles

Back to top button