ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା ସମ୍ପର୍କିତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପିଟିସନରେ ଆବେଦନକାରୀ ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବା ଏବଂ ଦେଶର ରାଜଧାନୀ ସମେତ ସମସ୍ତ ରାଜ୍ୟ ରାଜଧାନୀରେ ମେମୋରିଆଲ ହଲ୍ ଓ ମ୍ୟୁଜିୟମ କରିବାକୁ ନିବେଦନ କରିଥିଲେ ।

ପ୍ରଧାନ ବିଚାରପତି, ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ଜେ.ବି.ପାର୍ଡିଓ୍ୱାଲାଙ୍କ ମିଳିତ ଖଣ୍ଡପୀଠ ସାମ୍ୱିଧାନିକ ଧାରା ୩୨ ଅନ୍ତର୍ଗତେ ଦାୟର ପିଆଇଏଲ୍ କୁ ଖାରଜ କରିଛନ୍ତି । କୌଣସି ଦିବସକୁ ଜାତୀୟ ଛୁଟି ଘୋଷଣା କରିବା ସରକାରଙ୍କ କାର୍ଯ୍ୟ, ଏଥିପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇପାରିବେନାହିଁ ।

 

Related Articles

Back to top button