ସ୍ତ୍ରୀର ସ୍ୱାଭାବିକ ମୃତ୍ୟୁ ହେଲେ ସ୍ୱାମୀଙ୍କୁ ଯୌତୁକ ନିର୍ଯାତନାରେ ଦୋଷୀ ସାବ୍ୟସ୍ତ କରିହେବ ନାହିଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ, ବିବାହର ସାତ ବର୍ଷ ମଧ୍ୟରେ ଯଦି ଜଣେ ମହିଳାଙ୍କର ଘରେ ସ୍ୱାଭାବିକ ମୃତ୍ୟୁ ହୁଏ ତେବେ ତାଙ୍କ ସ୍ୱାମୀଙ୍କୁ ଏହି ମୁତ୍ୟୁ ପାଇଁ ଯୌତୁକ ନିର୍ଯାତନାରେ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟାପ୍ତ ନୁହେଁ। ସୁପ୍ରିମକୋର୍ଟର ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ରାଜେଶ ବିନ୍ଦଲଙ୍କ ଏକ ଡିଭିଜନ୍ ବେଞ୍ଚ ଚରଣଜିତ୍ ସିଂ ବନାମ ରାଜ୍ୟ ଉତ୍ତରାଖଣ୍ଡ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି।

ବିବାହର ସାତ ବର୍ଷ ମଧ୍ୟରେ ମହିଳାଙ୍କ ଶାଶୁ ଘରେ ଅସ୍ୱାଭାବିକ ମୃତ୍ୟୁ ଘଟିଥବା ଆଇପିସିର ଧାରା ୩୦୪B ଏବଂ ୪୯୮A ଅନୁଯାୟୀ, ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ରାୟ ଦେବାବେଳେ କୋର୍ଟ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟ ତାଙ୍କୁ ଆଇପିସି ଧାରା ୩୦୪ ବି ( ଯୌତୁକ ମୃତ୍ୟୁ), ୪୯୮ ଏ (ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଦ୍ଦୟତା) ଏବଂ ୨୦୧ (ପ୍ରମାଣ ନଷ୍ଟ କରିବାର କାରଣ) ଅନୁଯାୟୀ, ଦୋଷୀ ସାବ୍ୟସ୍ତ କରିବା ପରେ କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି।

ବିବାହର ଦୁଇ ବର୍ଷ ପରେ ଯେତେବେଳେ ସେହି ବ୍ୟକ୍ତିଙ୍କ ପତ୍ନୀ ମରି ଯାଇଥିଲେ, ସେତେବେଳେ ସେ ତାଙ୍କ ଶାଶୁମାନଙ୍କ ସହ ରହୁଥିଲେ। ଜୁନ୍ ୨୪, ୧୯୯୫ରେ ଝିଅର ବାପା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଥିଲେ। ଏଫଆଇଆରରେ କୁହାଯାଇଥିଲା ଯେ ମୋ ଝିଅଙ୍କୁ ମୋଟରସାଇକେଲ ଏବଂ ଯୌତୁକ ଦାବି ପୂରଣ ନକରିବାରୁ ତାଙ୍କୁ ହତ୍ୟା କରିଥିଲେ।

ଟ୍ରାଏଲ କୋର୍ଟ ମହିଳାଙ୍କ ସ୍ୱାମୀ, ଦିଅର ଏବଂ ଶାଶୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ହାଇକୋର୍ଟ ମହିଳାଙ୍କ ଭାଉଜ ଏବଂ ଶାଶୁଙ୍କୁ ନିର୍ଦ୍ଦୋଷରେ ଖଲାସ କରି ସ୍ୱାମୀଙ୍କ ଦୋଷକୁ ସମର୍ଥନ କରିଛନ୍ତି। ଦଶ ବର୍ଷର କଠୋର ଜେଲ ଦଣ୍ଡରୁ ସାତ ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ଦଣ୍ଡ ହ୍ରାସ କରାଯାଇଥିଲା। ସ୍ୱାମୀ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Related Articles

Back to top button