
ଆପ୍ଲିକେସନ ଜରିଆରେ ଅଦାଲତର ଗୃହ କାର୍ଯ୍ୟ ଦେଖିହେବ, ନୂଆ ମୋବାଇଲ୍ ଆପ୍ ଲଞ୍ଚ କଲା ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ମୋବାଇଲ ଆପ୍ଲିକେସନ ଆଣ୍ଡ୍ରୋଏଡ ୨.୦ ଭର୍ସନ ଲଞ୍ଚ କରିଛି। ଏହା ଆଇନ ଅଧିକାରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ନୋଡାଲ ଅଧିକାରୀଙ୍କୁ ଅଦାଲତର ଗୃହ କାର୍ଯ୍ୟର ପ୍ରକୃତ ସମୟ ବା ରିୟଲ ଟାଇମ୍ ଦେଖିବାରେ ସୁବିଧା ପ୍ରଦାନ କରିବ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି ଏହି ମୋବାଇଲ ଆପ୍ଲିକେସନକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ। ଏହାର iOS version ଗୋଟିଏ ସପ୍ତାହରେ ଉପଲବ୍ଧ ହୋଇଯିବ। ଏହି ସୁବିଧାକୁ ନ୍ୟାୟପାଳିକାରେ ଏକ କ୍ରାନ୍ତିକାରୀ ପଦକ୍ଷେପ କୁହାଯାଉଛି। ଏହି ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରାଯାଇ ପାରିବ।
ସିଜେଆଇ କହିଛନ୍ତି ଓକିଲ ଏବଂ ଆଡଭୋକେଟ୍ଙ୍କ ରେକର୍ଡ ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ସମସ୍ତ ଆଇନ ଅଧିକାରୀ ଏବଂ ନୋଡାଲ୍ ଅଧିକାରୀଙ୍କୁ ଏକ୍ସକ୍ଲ୍ୟୁସିଭ ରିୟଲ ଟାଇମ୍ ପ୍ରଦାନ କରିବ। ଏହାକୁ ଲଗ୍ ଇନ୍ କରାଯାଇ ଆପ୍ଲିକେସନ ଜରିଆରେ ଅଦାଲତର ଗୃହ କାର୍ଯ୍ୟ ଦେଖିହେବ। ପ୍ରଧାନ ବିଚାରପତି ବୁଧବାର କାମ ଆରମ୍ଭ କରିବା ପୂର୍ବରୁ ଏହାର ଲଞ୍ଚ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬ରେ ସମ୍ବିଧାନ ଦିବସ ସମାରୋହରେ ଭର୍ଚୁଆଲ ଜଷ୍ଟିସ୍ ବ୍ଲକ, ଜଷ୍ଟିସ୍ ମୋବାଇଲ୍ ଆପ୍ ୨.୦, ଡିଜିଟାଲ୍ କୋର୍ଟ ଏବଂ ‘S3WaaS’ ଓ୍ଵେବସାଇଟ୍ ଲଞ୍ଚ୍ କରିଥିଲେ। ସେହି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଥିଲେ, ପ୍ରଧାନ ବିଚାରପତି ହୋଇଥିବା କାରଣରୁ ତାଙ୍କର ଦାୟିତ୍ଵ ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭରେ ନ୍ୟାୟ ପ୍ରଦାନ କରିବ।