ଉଦୟନିଧିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଗତକିଛି ଦିନ ତଳେ ସନାତନ ଧର୍ମ ଶେଷ କରିବାର ବିବାଦୀୟ ବିବୃତ୍ତି ଦେଇଥିଲେ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଁଚିଛି । ଉଚ୍ଚତମ ନ୍ୟାୟାଳୟ ଏହି ମାମଲାରେ ଉଦୟନିଧି ଷ୍ଟାଲିନଙ୍କୁ ନୋଟିସ ଜାରି କରିଛନ୍ତି । ଅଦାଲତ ତାଙ୍କୁ ପଚାରିଛନ୍ତି ଯେ, ଉପରୋକ୍ତ ବିବୃତ୍ତି ତୁମେ କାହିଁକି ଦେଲ ଏବଂ ଏହାର ଆବଶ୍ୟକତା କଣ ଥିଲା? ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଓକିଲଙ୍କ ତରଫରୁ ଦାଖଲ ହୋଇଥିବା ଜନହିତ ପିଟିସନର ଶୁଣାଣି କରି ଏହି ଆଦେଶ ଦେଇଥିଲେ । ଏହି ପିଟିସନରେ ଦାବି କରାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧିଙ୍କ ବିରୋଧରେ ସନାତନ ଧର୍ମକୁ ନେଇ ଦେଇଥିବା ଆପତ୍ତିଜନକ ବିବୃତ୍ତି ମାମଲାରେ ଏଫଆଇଆର ରୁଜୁ ହେବା ଆବଶ୍ୟକ ।

ଜଷ୍ଟିସ ଅନିରୁଦ୍ଧ ବୋସ ଏବଂ ବେଲା ଏମ.ତ୍ରିଦେବୀଙ୍କ ବେଞ୍ଚ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ହେଲେ ପିଟିସନ ପକ୍ଷରୁ ଥିବା ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଆପଣଙ୍କ ପାଖେ ବିକଳ୍ପ ଥିଲା ଯେ, ପ୍ରଥମେ ଏହି ମାମଲା ହାଇକୋର୍ଟ ଯାଇଥାନ୍ତା । ବେଞ୍ଚ ପଚାରିଛନ୍ତି ଯେ, ‘ଆପଣ ଏଠାକୁ କାହିଁକି ଆସିଛନ୍ତି? ଆପଣଙ୍କୁ ହାଇକୋର୍ଟ ଯିବା ଆବଶ୍ୟକ । ଆପଣଙ୍କ ଦାବି ରହୁଛି ଯେ, ଏହି ମାମଲାରେ ଏଫଆଇଆର ଦାଖଲ ହେବା ଆବଶ୍ୟକ । ଆପଣ ତ ଆମକୁ ପୋଲିସ ଥାନା ଭାବିଦେଲେ ।’ ଏହା ପରେ ପିଟିସନ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ରାଜ୍ୟରେ କୌଣସି ଧର୍ମ ଶେଷ କରିବା କଥା କୁହାଯାଉଛି ଏବଂ ପିଲାମାନଙ୍କୁ ସେହି ବିରୋଧରେ କହିବା ପାଇଁ ପ୍ରେରିତ କରାଯାଇଛି ତେବେ ସୁପ୍ରିମକୋର୍ଟ ଗୋଟିଏ ସ୍ଥାନ, ଯେଉଁଠାରେ ଏହାର ସମାଧାନ ହୋଇପାରିବ ।

ଓକିଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଶିଶୁଙ୍କ ଠାରେ ଅପିଲ କରାଯାଇଛି ଯେ, ସେମାନେ ସନାତନ ଧର୍ମ ବିରୋଧରେ କୁହନ୍ତୁ । ଏହା ଏପରି ଏକ ମାମଲା, ସାର୍ବଜନୀନ ସଂସ୍ଥା ଯେକୌଣସି ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି । ଏଥିରେ ସୁପ୍ରିମକୋର୍ଟ ଦାଖଲ କରିବା ସ୍ୱାଭାବିକ । ଏହି ତର୍କରେ ଅଦାଲତ ସହମତି ପ୍ରକାଶ କରି, ଉଦୟନିଧି ଷ୍ଟାଲିନ, ତାମିଲସରକାର ଏବଂ ଡିଏମକେକୁ ନୋଟିସ ଜାରି କରିଛନ୍ତି ।

Related Articles

Back to top button