ଜମ୍ମୁ- କାଶ୍ମୀରକୁ ରାଜ୍ୟ ଘୋଷଣା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଜମ୍ମୁ- କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାକୁ ବୈ କହିବା ପରେ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି ହୋଇଛି । ଏହା ସହ ଜମ୍ମୁ- କାଶ୍ମୀରକୁ ଖୁବଶୀଘ୍ର ରାଜ୍ୟ ମାନ୍ୟତା ଦେବା ଓ ଏଠାରେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବା ରାଷ୍ଟ୍ରପତିଙ୍କ କ୍ଷମତା ଅଧିନ । ତେବେ ଜମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟର ମାନ୍ୟତା ଦିଆଯାଉ ଏବଂ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଏଠାରେ ସାଧାରଣ ନିର୍ବାଚନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଏହାସହ ଲଦାଖକୁ ମଧ୍ୟ ସ୍ୱୟଂଶାସିତ ପ୍ରଦେଶ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

Related Articles

Back to top button