
ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ହାତଟଣା ରିକ୍ସା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ହିଲଷ୍ଟେସନ ମାଥେରାନରେ ଚାଲୁଥିବା ଇ-ରିକ୍ସାକୁ ତତ୍କାଳ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ସଭ୍ୟ ସମାଜରେ ରିକ୍ସା ଟଣା ଅଶୋଭନୀୟ କହିଛନ୍ତି କୋର୍ଟ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଆର ଗବାଇ ଏବଂ ଅନ୍ୟ ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ନିଜ ଇଚ୍ଛାରେ ଟାଣେ ନାହିଁ । କେବଳ ଜୀବନ ଯାପନ କରିବାର କୌଣସି ସାଧନ ନଥିବାରୁ ଏପରି କରିଥାଏ । ଯେତେବେଳେ ଆମର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ ଏବଂ ସମାନତାର ଅଧିକାର ଦିଏ, ତେବେ ଏପରି କିପରି ହୋଇପାରିବ ? ସମ୍ବିଧାନର ପ୍ରଚଳନର ୭୫ ବର୍ଷ ପରେ ଏ ଅସାମ୍ବିଧାନିକ କାର୍ଯ୍ୟ କାହିଁକି ହେଉଛି ବୋଲି ପଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ତୁରନ୍ତ ରିକ୍ସାଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ରିକ୍ସାକୁ ବେଉସା କରିଥିବା ଲୋକଙ୍କ ପାଇଁ ହେଉ ବିକଳ୍ପ ବ୍ୟବସ୍ଥା ବୋଲି କହିଛନ୍ତି କୋର୍ଟ।
ମହାରାଷ୍ଟ୍ରର ପଶ୍ଚିମଘାଟ ପର୍ବତମାଳାରେ ମାଥେରାନ ହିଲଷ୍ଟେସନ । ଏଠାରେ ପରିବେଶକୁ ରକ୍ଷା କରିବା ପାଇଁ କୌଣସି ଯାନବାହାନ ନିଷେଧ କରାଯାଇଛି । ତେଣୁ ଏଠାରେ ହାତ ଟଣା ରିକ୍ସାକୁ ବ୍ୟବହାର କରାଯାଏ ।କୋର୍ଟ ସ୍ପଷ୍ଟ ଭାବରେ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ଯେ, ଆଉ ବିଳମ୍ବ ହୋଇପାରିବ ନାହିଁ । ସରକାରଙ୍କୁ ୬ ମାସ ମଧ୍ୟରେ ଏକ ଯୋଜନା କରିବାକୁ ପଡିବ । ଯେଉଁଥିରେ ହାତ ଧରି ରିକ୍ସା ଟାଣୁଥିବା ଲୋକଙ୍କୁ ଇ-ରିକ୍ସା ଦେବାର ବ୍ୟବସ୍ଥା ରହିବା ଉଚିତ । ଯଦି ସରକାର ଚାହାଁନ୍ତି, ତେବେ ସେ ନିଜେ ଏହି ଇ-ରିକ୍ସା କିଣି ସେହି ଲୋକମାନଙ୍କୁ ଭଡ଼ାରେ ଦେଇପାରିବେ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।