
ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଟିକେଟରେ ରିହାତି ଆବେଦନକୁ ଖାରଜ କଲେ
ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଟିକେଟରେ ରିହାତି ଦିଆଯିବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଖାରଜ କଲେ କୋର୍ଟ । ସିନିୟର ସିଟିଜେନଙ୍କୁ ଟ୍ରେନ ଟିକେଟରେ ରିହାତି ନିୟମକୁ ପୁଣିଥରେ ଲାଗୁ କରିବା ପାଇଁ ଆବେଦନ କରିଥିଲେ ଏମ.କେ ବାଲକ୍ରୀଷ୍ଣନ । ତେବେ ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ନିୟମକୁ ପୁନଃ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ସୁପ୍ରିମକୋର୍ଟଙ୍କ ପକ୍ଷେ ଅନୁଚିତ । ତେବେ ବରିଷ୍ଠ ନାଗରିକମାନଙ୍କ ପାଇଁ ସୁବିଧା ଓ ରିହାତି ଯୋଗୁଁ ରାଜସ୍ୱ ଉପରେ ପଡୁତିବା ପ୍ରଭାବକୁ ନଜରରେ ରଖି ଏହି ନଷ୍ପତ୍ତି କେନ୍ଦ୍ର ସରକାର ନେଇପାରିବେ ।
ସୂଚନା ଥାଉ କି, ୨୦୨୦ରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକେଟରେ ମିଳୁଥିବା ରିହାତିକୁ ବନ୍ଦ କରାଯାଇଥିଲା । କରୋନା ଯୋଗୁଁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ତେବେ କରୋନା ପରେ ଏହାକୁ ପୁଣିଥରେ ଲାଗୁ କରାଯିବା ନେଇ ଆଶା ରଖିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ।