ସୁପ୍ରିମକୋର୍ଟଙ୍କ ନିଷ୍ପତି : ୨୦୦୪ ଆଇନ ଅନୁସାରେ ମଦ୍ରାସାଗୁଡିକରେ ପାଠପଢା ଜାରି ରହିବ

ଉତ୍ତରପ୍ରଦେଶର ୨୫ହଜାର ମଦ୍ରାସାରେ ପଢୁଥିବା ୧୭ଲକ୍ଷ ଛାତ୍ରଙ୍କ ସହ ୧୦ହଜାର ଶିକ୍ଷକଙ୍କୁ ଆଶ୍ୱସ୍ତ କରିଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ମଦ୍ରାସା ନିୟମ ୨୦୦୪ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଆଇନ ୨୦୦୪କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ପକ୍ଷକାରୀ ମଦ୍ରାସା ବୋର୍ଡ, ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌‌ ଜାରି କରି ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ଜବାବ ମଗିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ୨୦୦୪ ଆଇନ ଅନୁସାରେ ମଦ୍ରାସାଗୁଡିକରେ ପାଠପଢା ଜାରି ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତି ଠିକ୍‌‌ ନଥିଲା, ହାଇକୋର୍ଟ ଏପରି କହିବା ଉଚିତ ନୁହେଁ। ଗତ ମାସରେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪କୁ ଧର୍ମନିରପେକ୍ଷତାର ନୀତିର ଉଲ୍ଲଂଘନ ବୋଲି ଘୋଷଣା କରିଥିଲେ।

Related Articles

Back to top button