ଏକ ଟଙ୍କାରେ ରୋଗୀଙ୍କ ଚିକିତ୍ସା କରୁଥିବା ପଦ୍ମଶୀ ଡାକ୍ତର ସୁଶୋଭନ ବାନାର୍ଜୀଙ୍କ ପରଲୋକ

Sushovan Banerjee aka 'One Rupee Doctor' passes away

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ଟଙ୍କାରେ ରୋଗୀଙ୍କ ଚିକିତ୍ସା କରୁଥିବା ପଦ୍ମଶୀ ସମ୍ମାନରେ ସମ୍ମାନିତ ଡାକ୍ତର ସୁଶୋଭନ ବାନାର୍ଜୀଙ୍କ ପରଲୋକ ଘଟିଛି। ମଙ୍ଗଳବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ନେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଗରିବଙ୍କ ଭଗବାନ ନାଁରେ ପରିଚିତ ଡାକ୍ତର ସୁଶୋଭନଙ୍କ ନିଧନରେ ସାରା ଅଞ୍ଚଳରେ ଦୁଃଖ ଛାୟା ଖେଳି ଯାଇଛି।

କରୋନା କାଳରେ ବି ଡାକ୍ତର ସୁଶୋଭନ ଗରିବ ଏବଂ ଅସହାୟ ଲୋକଙ୍କ ଅବିରତ ସେବା କରିଥିଲେ । ସେ କେବେ ବି ଏଥିରୁ ବିଚ୍ୟୁତ ହୋଇ ନଥିଲେ। କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏବଂ ଚିରନିଦ୍ରାରେ ଶୋଇ ଯାଇଛନ୍ତି ।

ଡାକ୍ତର ସୁଶୋଭନ ବାନାର୍ଜୀଙ୍କ ଜନ୍ମ ୧୯୩୯ ମସିହା ସେପ୍ଟେମ୍ୱର ୩୦ରେ ହୋଇଥିଲା । ସେ ଦୀର୍ଘ ୫୭ ବର୍ଷ ଧରି ରୋଗୀ ସେବା କରି ଆସୁଥିଲେ । ମାତ୍ର ଏକ ଟଙ୍କାରେ ରୋଗୀଙ୍କ ସେବା କରି ସେ ଚର୍ଚ୍ଚିତ ହୋଇଥିଲେ । ଦୈନିକ ହାରାହାରି ୧୫୦ ରୋଗୀଙ୍କ ଚିକିତ୍ସା କରୁଥିଲେ ।

ଡାକ୍ତର ସୁଶୋଭନଙ୍କ ମାନବସେବାକୁ ଦେଖି କେନ୍ଦ୍ର ସରକାର ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରିଥିଲେ । କରୋନା କାଳ ହେଉ କିମ୍ୱା ସାଧାରଣ ସମୟ, ସବୁବେଳେ ଲୋକଙ୍କ ସେବାରେ ସେ ନିଜକୁ ନିୟୋଜିକ ରଖୁଥିଲେ।

Related Articles

Back to top button