ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ମିଳିଲା ଲାଇସେନ୍ସ

ନୂଆଦିଲ୍ଲୀ: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି। ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୁପୂର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ରମାଗତ ଭାବରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା।
ଜୁନ ୨୦୨୨ରେ ଏକ ଟିଭି ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନୁପୂର। ଏହାକୁ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ବହୁ ବିରୋଧ କରାଯାଇଥିଲା। ତାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ରୁଜୁ କରାଯାଇଥିଲା। ଏହି ବିବାଦକୁ ଦୃଷ୍ଟିରେ ରଖି ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଏହା ପରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ଧମକ ପାଇବା ପରେ ନୁପୂର ଶର୍ମା ଆତ୍ମରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଅନୁମତି ମାଗିଥିଲେ।

Related Articles

Back to top button