କେରଳର ଗହଣା ନିର୍ମାଣକାରୀ କମ୍ପାନୀ ତିଆରି କରିଛି ମସରୁମ୍ ମୁଦି

ମୁଦିରେ ଲାଗିଛି ୨୪୬୭୯ ହୀରା, ଗିନିଜ୍‌ ୱାର୍ଲ୍‌ଡ ରେକର୍ଡରେ ପାଇଛି ସ୍ଥାନ

ମୁଦି ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ। କେରଳର  ଅନ୍ୟତମ ଅଗ୍ରଣୀ ଗହଣା  ନିର୍ମାଣକାରୀ କମ୍ପାନୀ SWA ଡାଇମଣ୍ଡସ ଏହି ରେକର୍ଡ ନିଜ ନାଁରେ କରିଛି। ଗୋଟିଏ ମୁଦିରେ 24000ରୁ ଅଧିକ ହୀରା ଖଚିତ କରିବା ସହ ମସରୁମ୍ ଥିମ୍ ର ମୁଦି ଡିଜାଇନ୍ କରି କମ୍ପାନି ଏହି କୃତିତ୍ୱ ହାସଲ କରିଛି।  କେରଳର ମଲପୁରମ୍ ଜିଲ୍ଲାରେ ପ୍ରସ୍ତୁତ ଏହି ମୁଦି ଗିନିଜ୍ ବିଶ୍ୱ ରେକର୍ଡସ ଓ ଏସିଆନ୍ ବୁକ୍ ରେକର୍ଡସ ସମେତ ଅନେକ ସମ୍ମାନଜନକ ପୁରସ୍କାର ଜିତିଛି । ମୁଦିର ମଡେଲ ଗୋଲାପି ଓ ଏଷ୍ଟର ମସରୁମ ଦ୍ୱାରା ପ୍ରେରିତ, ଯାହା ଅନନ୍ତକାଳକୁ ସୂଚାଉଛି ।

ମସରୁମ୍ ଥିମ୍ ଭଳି ମୁଦିର ନାଁ ରଖାଯାଇଛି ‘ଆମି’।  ଯେଉଁଥିରେ  ଖଞ୍ଜାଯାଇଛି ୨୪,୬୭୯ଟି ହୀରା । ପୂର୍ବରୁ ୧୨,୬୩୮ ହୀରା ଖଚିତ ଏକ ମୁଦିର ବିଶ୍ୱ ରେକର୍ଡକୁ ଏହା ଭଙ୍ଗିଛି । ଏହି ମୁଦିକୁ ତିଆରି କରିବାକୁ ୯୦ ଦିନ ଲାଗିଥିଲା । ଏସ୍ଡବ୍ଲ୍ୟୁଏର ଏହି ବିଶ୍ୱ ରେକର୍ଡ ପଛରେ ସବୁଠୁ ବଡ଼ ହାତ କେପ୍ଷ୍ଟୋନ୍ର ରହିଛି । ଗତ ଦୁଇ ଦଶନ୍ଧି ଧରି ସୁନା–ହୀରା–ପ୍ଲାଟିନମ୍ ଗହଣା ନିର୍ମାଣକାରୀ ପ୍ରମୁଖ କମ୍ପାନି କେପଷ୍ଟୋନ୍ ୨୦୧୯ ମସିହାରେ ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସ ବ୍ରାଣ୍ଡ ଲଞ୍ଚ୍ କରିଥିଲା ।

କୋଭିଡ୍ ସଙ୍କଟ କାଳରେ ମଧ୍ୟ ମାତ୍ର ୨ବର୍ଷ ମଧ୍ୟରେ ଏହା ୧୫୦ରୁ ଅଧିକ  ଷ୍ଟୋର୍ ଖୋଲିବାରେ ସଫଳ ହୋଇଛି ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସ  । ସେଥିପାଇଁ ସମଗ୍ର ବିଶ୍ୱର ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ଓ ଅନନ୍ୟ ଡିଜାଇନ୍ର ହୀରା ଗହଣା ଭେଟି ଦେବାରେ ଏସ୍ଡବ୍ଲ୍ୟୁଏ ସଫଳତା ପାଇଛି । ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସର ଅବ୍ଦୁଲ ଗଫର ଆନାଦିୟାନ୍ କୁହନ୍ତି, ଭାରତରେ ଏହି ମୁଦି ପ୍ରସ୍ତୁତ ହୋଇଥିବାରୁ ଏହି ଉପଲବ୍ଧି ଆମ ପାଇଁ ଗର୍ବର ବିଷୟ । ମୁଦିର ମାଲିକ ମଧ୍ୟ ଜଣେ ଭାରତୀୟ ।

ଏହି ମୁଦିକୁ ନେଇ SWA ଡାଇମଣ୍ଡର ପ୍ରବନ୍ଧ ନିର୍ଦ୍ଦେଶକ ଅବଦୁଲ୍ ଗଫୁର ଅନାଦିୟାନ୍ କହିଛନ୍ତି ଯେ,  ସେ  ମସରୁମକୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଛନ୍ତି ।  ତେଣୁ ଆଙ୍ଗୁଠିର ନାଁ ରଖାଯାଇଛି ଆମି। ଯାହାକୁ ସଂସ୍କୃତରୁ ନିଆଯାଇଛି। ଯାହାର ଅର୍ଥ ଅମର।

Related Articles

Back to top button