ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାର ଆମେରିକାରୁ ଭାରତ ପ୍ରର୍ତ୍ୟପଣ ହୋଇଛି

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାର ଆମେରିକାରୁ ଭାରତ ପ୍ରର୍ତ୍ୟପଣ ହୋଇଛି । ଏହାକୁ ଭାରତ ସରକାର ନିଜର ବଡ ସଫଳତା ଭାବେ ବିବେଚନା କରୁଛନ୍ତି । ଭାରତର ସରକାରଙ୍କ ଏହି ସଫଳତାକୁ ବିରୋଧୀ ମଧ୍ୟ ପ୍ରଶଂସା କରିଛନ୍ତି । ଶରଦ ପାୱାରଙ୍କ ପାର୍ଟି ଏନସିପି-ଏସପିର ନେତା ମାଜିଦ ମେନନ କହିଛନ୍ତି, ନିଶ୍ଚିତ ଭାବେ ଏହା ମୋଦୀ ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି । ସେ କହିଛନ୍ତି, ନିଃସନ୍ଦେହ ତହବୁର ରାଣାର ଭାରତ ପ୍ରତ୍ୟର୍ପଣ ଭାରତ ସରକାରଙ୍କ ବଡ ସଫଳତା । ଆମେରିକା ଏହି ମାମଲାରେ ବହୁତ ଲମ୍ବା ସମୟ ନେଇ ଯାଇଛି । ଏହାର ପ୍ରତ୍ୟର୍ପଣ ବହୁ ପୂର୍ବରୁ ହୋଇ ଯିବାର ଥିଲା । ତଥାପି ଆମେ ଏଥିରେ ଖୁସି ଯେ,ବର୍ତ୍ତମାନ ମୁମ୍ବାଇ ଆତଙ୍କୀ ଘଟଣାରେ ପୀଡିତଙ୍କ ପରିବାରକୁ କିଛି ନ୍ୟାୟ ଦେଇ ପାରିବା । ଏହି ମାମଲା ପୂରା ଦୁନିଆ ପାଇଁ ମହତ୍ୱପୂର୍ଣ୍ଣ ଅଟେ ।

ମାଜିଦ ମେନନ କହିଛନ୍ତି, ଆମକୁ କେବଳ ଏହା ଧ୍ୟାନ ଦେବାକୁ ପଡିବ ଯେ, ଏହି କେସରେ ଅନ୍ତର୍ଜାତୀୟସ୍ତରର ନିୟମର ପାଳନ କରାଯାଉ । ଯଦି ନିୟମ ଅନୁସାରେ ପ୍ରକ୍ରିୟା ଆଗକୁ ବଢେ ତେବେ ତଦନ୍ତକାରୀ ଟିମ୍ ବହୁତ ଭଲ କାମ କରି ପାରିବେ । ଏହି ମାମଲାର ଟ୍ରାଏଲ ସଠିକ ଢଙ୍ଗରେ ହେବା ଉଚିତ୍ । ତହବୁର ରାଣାଙ୍କ ବିରୋଧରେ ଦିଲ୍ଲୀରେ ସ୍ୱତନ୍ତ୍ର ଏନଆଇଏ ଅଦାଲତରେ ଚାଲିବ । ପୁଣି ହାଇକୋର୍ଟରେ ମଧ୍ୟ ଏହାର ଶୁଣାଣି ହେବ । ମାମଲାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଲୋକ ଅଭିଯୋଜନ ନରେନ୍ଦ୍ର ମାନଙ୍କୁ ଓକିଲ ଭାବେ ନିଯୁକ୍ତ କରାଯାଇଛି । ସେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହି କେସ୍ ଲଢିବେ । ନରେନ୍ଦ୍ର ମାନ ଆଇନ କ୍ଷେତ୍ରରେ ବହୁତ ବଡ ନାଁ ହୋଇ ନ ଥିଲେ ମଧ୍ୟ ଏଥିରେ ତାଙ୍କର ବେଶ ବହୁତ ଅଭିଜ୍ଞତା ରହିଛି ।

Related Articles

Back to top button