ଛାଡପତ୍ର ମାମଲା: ପତ୍ନୀଙ୍କୁ ପ୍ରତି ମାସ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେବେ ମହମ୍ମଦ ଶାମି

କୋଲକାତା: ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଝଟକା। ପତ୍ନୀ ହସିନ ଜହାନଙ୍କ ସହ ଛାଡପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଦେବାକୁ କୋଲକାତାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟରୁ ୫୦ ହଜାର ଟଙ୍କା ହସିନ୍ ଜାହାନଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଏବଂ ବାକି ୮୦ ହଜାର ଟଙ୍କା ତାଙ୍କ ସହ ରହୁଥିବା ଝିଅର ରକ୍ଷଣାବେକ୍ଷଣ ଦିଗରେ ଖର୍ଚ୍ଚ ପାଇଁ ଉଲ୍ଲେଖ କରିଛନ୍ତି କୋର୍ଟ।

୨୦୧୮ରେ ହସିନ୍ ଜହାନ ମାସିକ ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଦାବି କରି କୋର୍ଟରେ ଏକ ମାମଲା ଦାୟର କରିଥିଲେ। ସେଥିମଧ୍ୟରୁ ୭ ଲକ୍ଷ ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଏବଂ ବାକି ୩ ଲକ୍ଷ ଟଙ୍କା ତାଙ୍କ ଝିଅର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଦାବି କରିଥିଲେ।

Related Articles

Back to top button