
ପୁଞ୍ଚରେ ଏୟାରଫୋର୍ସର ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି
ଜମ୍ମୁ-କାଶ୍ମୀରର ପୁଞ୍ଚରେ ଏୟାରଫୋର୍ସର ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ଅଧିକାରୀମାନେ କହିଛନ୍ତି କି ଆତଙ୍କବାଦୀମାନେ ସେନାଙ୍କ ଗାଡି ଉପରୁ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ରାଷ୍ଟ୍ରିୟ ରାଇଫଲ ୟୁନିଟର ଟିମ୍ ଘଟଣାସ୍ଥଳରେ ଯାଞ୍ଚ ଅଭିଯାନ ଆରମ୍ଭ କରିଛି । ଏୟାରଫୋର୍ସର ଗାଡିଗୁଡିକୁ ସୁରକ୍ଷିତ ସହ ଶାହସିତର ଏୟାରବେସରେ ପହଞ୍ଚାଯାଇଛି ।