ଜମ୍ମୁ-କଶ୍ମୀରରେ ପୁଣି ବଢିବାରେ ଲାଗିଛି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀରରେ ପୁଣି ବଢିବାରେ ଲାଗିଛି ଆତଙ୍କବାଦୀ ଆକ୍ରମଣ । ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍ ଆକ୍ରମଣ ହୋଇଛି। ସହରର ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ଥିବା ଟୁରିଷ୍ଟ ରିସେପ୍ସନ୍ ସେଣ୍ଟର ନିକଟରେ ଏହି ଆକ୍ରମଣ ହୋଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଅତି କମରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସ୍ୱାଗତ କେନ୍ଦ୍ର (Tourist Reception Centre) ବାହାରେ ଥିବା ବଜାରରେ ରବିବାର କାରଣରୁ ବହୁ ସଂଖ୍ୟାରେ ଲୋକଙ୍କ ଗହଳି ରହିଥିଲା।ଏହି ସମୟରେ ଏପରି ଗ୍ରେନେଡ ଆକ୍ରମଣ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ପ୍ରାୟ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗ୍ରେନେଡ ବିସ୍ଫୋରଣରେ ଆହତ ନାଗରିକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପରେ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି।

Related Articles

Back to top button