ଭାରତର ସଂସଦ ଉପରେ ଆକ୍ରମଣ ପାଇଁ ଧମକ ଦେଲା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ

ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ।

୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣ ତାରିଖ ଡିସେମ୍ବର ୧୩ପୂର୍ବରୁ ପୁଣି ଥରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଆତଙ୍କବାଦୀ ଅଫଜଲ ଗୁରୁ ସହ ତାର ଫଟୋ ରହିଛି । ସଂସଦ ଉପରେ ଆକ୍ରମଣ ମାମଲାରେ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା । ଏପରିକି ପୋଷ୍ଟରରେ ଦିଲ୍ଲୀ ବନେଗା ଖଲ୍ଲୀସ୍ଥାନ ବୋଲି ଲେଖା ରହିଛି । ତେବେ ଗୁରୁପନ୍ଥ ଭଳି ଆତଙ୍କବାଦୀ ଏଭଳି ଭିଡିଓ ଜାରି କରିବା ପରେ, ଦିଲ୍ଲୀ ପୋଲିସ ସତର୍କ ହୋଇଛି । ସଂସଦ ସମେତ ପୂରା ଦିଲ୍ଳୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କିଛି ଦିନ ତଳେ ଗୁରୁପନ୍ଥକୁ ହତ୍ୟା କରିବା ପାଇଁ ଭାରତ ସରକାରଙ୍କ ଜଣେ ଅଧିକାରୀ ଉଦ୍ୟମ କରିଥିଲେ ବୋଲି ଆମେରିକା କହିଥିଲା । ଏହାକୁ ନେଇ ଭାରତ ସରକାରଙ୍କୁ ଆମେରିକା ପକ୍ଷରୁ ଜବାବ ମଗା ଯାଇଥିଲା ।

Related Articles

Back to top button