ଜାମ୍ମୁ କାଶ୍ମୀରର ପୁଞ୍ଚ ଏଲଓସିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୩ ଆତଙ୍କୀ

ଜାମ୍ମୁ କାଶ୍ମୀରର ପୁଞ୍ଚରେ ଫୁଟିଲା ଗୁଳି । ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । କାରଣ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି ।ସୂଚନା ଅନୁସାରେ ଜମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳୁ ବିନିମୟ ହୋଇଛି। ଆତଙ୍କୀର ଏକ ଦଳ ଏଲଓସି ପାର୍ କରି ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଭାରତୀୟ ସେନା ଏହି ଯୋଜନାକୁ ପଣ୍ତ କରିଥିଲା। ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୩ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛ।

Related Articles

Back to top button