ଆତଙ୍କବାଦୀ ନିଜ ଘରେ ସୁରକ୍ଷିତ ନାହାନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ଉପରେ ବଡ ବୟାନ ଦେଇଛନ୍ତି । ପିଏମ ମୋଦୀ କହିଛନ୍ତି ଗୋଟିଏ ସମୟ ଥିଲା ଯେବେ ପଡୋଶୀ ଦେଶର ଆତଙ୍କବାଦୀଙ୍କ କାରଣରୁ ଆମ ଲୋକେ ନିଜ ଘରେ, ସହରରେ ନିଜକୁ ସୁରକ୍ଷିତ ମଣୁ ନ ଥିଲେ । ମାତ୍ର ଏବେ ସ୍ଥିତି ବଦଳି ଯାଇଛି, ଏବେ ସେଠାକାର ଆତଙ୍କବାଦୀ ନିଜ ଘରେ ସୁରକ୍ଷିତ ନାହାନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁସ୍ଥାନ ଟାଇମ୍ସର ଲିଡରସିପ ସମିଟରେ ଯୋଗ ଦେଇ କହିଛନ୍ତି, ଆଜି ମୁଁ ୨୬/୧୧ ମୁମ୍ବାଇ ଆକ୍ରମଣର ରିପୋର୍ଟ ଦେଖିଲି । ସେହି ସମୟରେ ଆତଙ୍କବାଦୀଙ୍କ ଯୋଗୁଁ ଲୋକେ ନିଜ ଘରେ ଅସୁରକ୍ଷିତ ମଣୁଥିଲେ । ମାତ୍ର ଏବେ ସମୟ ବଦଳି ଯାଇଛି । ଏବେ ଆତଙ୍କବାଦୀ ନିଜ ଘରେ ସୁରକ୍ଷିତ ନାହାନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ଭୋଟ୍ ବ୍ୟାଙ୍କ ରାଜନୀତିରୁ ଦୂରରେ ରହି ଦେଶ ବିକାଶରେ କାମ କରୁଛନ୍ତି । ଆମ ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ଲୋକଙ୍କ ବିକାଶ ପାଇଁ ରହିଛି । ଆମେ କେବଳ ଜନହିତ ଦିଗରେ ଆଗକୁ ବଢୁଛୁ । ତାଙ୍କ ଉଦ୍ଦେଶ୍ୟ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଭାରତୀୟଙ୍କୁ ଆମେ ବିଶ୍ୱାସ ଦେଇଛୁ ଏବଂ ସେହି ବିଶ୍ୱାସକୁ ପୂରା ସଚ୍ଚୋଟତାର ସହ ପାଳନ କରୁଛୁ ।ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ, ସ୍ୱାଧୀନତା ପରେ ଭାରତର ଯୁବ ବର୍ଗଙ୍କ ଠାରେ ରିସ୍କ ଉଠାଇବାର ଭାବନାର ଅଭାବ ଥିଲା । ମାତ୍ର ଗତ ୧୦ ବର୍ଷରେ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ଆଜି ଭାରତରେ ୧.୨୫ ଲକ୍ଷ ପଞ୍ଜିକୃତ ଷ୍ଟାର୍ଟଅପ୍ ରହିଛି । ଆମର ଯୁବ ବର୍ଗ ଦେଶକୁ ଗୌରବାନ୍ୱିତ କରିବା ପାଇଁ ତତ୍ପର ।

Related Articles

Back to top button