ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ତମ କିସ୍ତି

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କୃଷକମାନଙ୍କୁ ମିଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ତମ କିସ୍ତି । ଜୁଲାଇ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୀତାଧିକାରୀଙ୍କ ଆକାଉଣ୍ଟକୁ ୧୪ତମ କିସ୍ତିର ଟଙ୍କା ଛାଡିବେ ।

ଆସନ୍ତା ଜୁଲାଇ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରିବେ । ସେଠାରେ ନାଗୋର ଜିଲ୍ଲାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଦେଶର ନଅ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ । ଏହା ପୂର୍ବରୁ ୨୭ ଫେବୃୟାରୀରେ ୧୩ତମ କିସ୍ତି ଟଙ୍କାକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁୁ ପଠାଯାଇଥିଲା ।

ସରକାର ଯୋଗ୍ୟ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ବାର୍ଷିକ ୬୦୦୦ଟଙ୍କାର ସହାୟତା ରାଶି ପ୍ରଦାନ କରନ୍ତି । ପ୍ରତି କିସ୍ତିରେ ୨୦୦୦ଟଙ୍କା ଆକାରରେ ୩ଟି କିସ୍ତିରେ ଏହି ସହାୟତା ରାଶି ମିଳିଥାଏ । ତେବେ ପ୍ରଥମ କିସ୍ତି ଟଙ୍କା ଏପ୍ରିଲରୁ ଜୁଲାଇ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଓ ତୃତୀୟ କିସ୍ତି ଡିସେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟରେ ମିଳିଥାଏ ।

ତେବେ ସରକାର ନିୟମ ବଦଳାଇ KYCକୁ ବାଧ୍ୟତାମୂଳକ କରିଛନ୍ତି । ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ପାଇବାକୁ ହେଲେ KYC କରିବା ଜରୁରୀ ଅଟେ । ଅନ୍ୟଥା ଟଙ୍କା ବନ୍ଦ ହେବାର ସମ୍ଭାବନା ଅଛି । ଚାଷୀମାନେ KYCକୁ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ କରିପାରିବେ । ଅଫିସିଆଲ ବେବସାଇଟ www.pmkisan.gov.inକୁ ଯାଇ ନିଜର KYC ସମ୍ପୁର୍ଣ୍ଣ ରପିପାରି

ବେ ।

 

Related Articles

Back to top button