୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଷୋଡଶ ଜନଗଣନା ହେବ।

୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଷୋଡଶ ଜନଗଣନା ହେବ। ଦେଶରେ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୧ରୁ ପ୍ରଥମଥର ପାଇଁ ଜାତି ଜନଗଣନା ହେବ। ସମ୍ପୂର୍ଣ୍ଣ ଡିଜିଟାଲ ଜରିଆରେ ଗଣନା ହେବ। ଏ ନେଇ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ। ଏଥିରେ ୩୪ ଲକ୍ଷ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିବେ। ଏ ନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଗୁଆ ଗଣନା ହେବ। ଲଦାଖ, ଜମ୍ମୁ କାଶ୍ମୀର , ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ ତାରିଖରୁ ଜନଗଣନା ହେବ। ଏହାପରେ ବଳକା ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଗଣନା ପାଇଁ ପାଖାପାଖି ୨୧ ମାସ ଲାଗିବ।

Related Articles

Back to top button