‘ପୋର୍ଟବ୍ଲେୟାର’ ନାମକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର।

ଆଣ୍ଡାମାନ ଓ ନିକୋବରର ରାଜଧାନୀ ‘ପୋର୍ଟବ୍ଲେୟାର’ ନାମକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୋର୍ଟବ୍ଲେୟାର ନାମକୁ ବଦଳାଇ ‘ଶ୍ରୀ ବିଜୟପୁରମ୍‌’ ରଖିଛନ୍ତି । ଶୁକ୍ରବାର ଗୃହ ମନ୍ତ୍ରୀ ଅମିତ ଶାହ ଏ ନେଇ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ‘X’ରେ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ଦାସତ୍ୱକୁ ସୁଚାଉ ଥିବା ସମସ୍ତ ପ୍ରତୀକରୁ ମୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସଂକଳ୍ପରେ ଅନୁପ୍ରାଣିତ ହୋଇ ‘ପୋର୍ଟବ୍ଲେୟାର’ ନାମକୁ ‘ଶ୍ରୀ ବିଜୟପୁରମ୍‌’ କରିବାକୁ ନିଷ୍ପତି ନିଆଯାଇଛି । ‘ଶ୍ରୀ ବିଜୟପୁରମ୍‌’ ନାମ ସ୍ୱାଧୀନତା ପାଇଁ ଆମର ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ ଓ ନିକୋବରର ଅବଦାନକୁ ପ୍ରତିଫଳିତ କରେ । ସେ ଆହୁରି କହିଛନ୍ତି ଯେ ଏହି ଦ୍ୱୀପ ଆମ ଦେଶର ସ୍ଵାଧୀନତା ଏବଂ ଇତିହାସରେ ଏକ ଅନନ୍ୟ ସ୍ଥାନ ପାଇଛି । ଚୋଳ ସାମ୍ରାଜ୍ୟ କାଳରେ ନୌସେନା ଆଡ୍ଡାର ଭୂମିକା ଗ୍ରହଣ କରିଥିବା ଏହି ଦ୍ୱୀପ ଆଜି ଦେଶର ସୁରକ୍ଷା ଏବଂ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ । ଏହି ଦ୍ୱୀପ ମଧ୍ୟ ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡ଼ାଇଥିଲେ ଏବଂ ବୀର ସାବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ସେଲୁଲାର ଜେଲରେ ଭାରତ ମାଆର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ ।

Related Articles

Back to top button