ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର

ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । ସାଂସଦଙ୍କ ଦରମା ୨୪ ହଜାର ବଢ଼ାଗଲା ।୧ ଲକ୍ଷ ଟଙ୍କା ପରିବର୍ତ୍ତେ ସାଂସଦମାନେ ପାଇବେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା । ସେହିପରି ସାଂସଦଙ୍କ ଦୈନିକ ଭତ୍ତା ୨ ହଜାରରୁ ୨୫୦୦କୁ ବଢ଼ାଇ ଦିଆଯାଇଛି ।ପୂର୍ବ ସାଂସଦଙ୍କ ପେନସନ ମଧ୍ୟ ବଢ଼ିଛି । ପୂର୍ବରୁ ସେମାନେ ୨୫ ହଜାର ଟଙ୍କା ପେନସନ ବାବଦକୁ ପାଉଥିବାବେଳେ ଏବେ ସେମାନଙ୍କୁ ମିଳିବ ୩୧ ହଜାର ଟଙ୍କା ।୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ ।ଗତକାଲି କର୍ନାଟକ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ୧୦୦% ଦରମା ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ ।

Related Articles

Back to top button