ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମର ବିଜ୍ଞପ୍ତି ପ୍ରକାଶ ପାଇଛି

ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମର ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ସନ୍ଧ୍ୟା ୬ ଟା ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସିଏଏର ନିୟମ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ନାଗରିକତ୍ୱ ସଂଶୋଧନ ଅଧିନିୟମ  ର ବିଜ୍ଞପ୍ତି ପ୍ରଦାନ କେନ୍ଦ୍ର ସରକାରଙ୍କ ଏକ ବଡ ନିଷ୍ପତ୍ତି। ଆସନ୍ତା କିଛି ଦିନ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରିବ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତ୍ୱ ସଂଶୋଧନ ଅଧିନିୟମ ପାଇଁ ବିଜ୍ଞପ୍ତି ପ୍ରଦାନ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଇପାରେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାଗରିକତ୍ୱ ସଂଶୋଧନ ଆଇନ ଦେଶରେ କାର୍ଯ୍ୟକାରୀ ହୋଇଛି।

ଡିସେମ୍ବର ୨୦୧୯ ରେ ସିଏଏ ପାରିତ ହୋଇଥିଲା ଏବଂ ପରେ ରାଷ୍ଟ୍ରପତିଙ୍କ ସହମତି ମିଳିଥିଲା କିନ୍ତୁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା। ସିଏଏ ନିୟମାବଳୀ ଜାରି ହେବା ପରେ କେବଳ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ଲୋକଙ୍କୁ କେନ୍ଦ୍ର ସରକାର ଭାରତୀୟ ନାଗରିକତା ପ୍ରଦାନ କରିବେ। ସିଏଏରେ ଅଣ-ମୁସଲମାନ ସମ୍ପ୍ରଦାୟ, ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ଜୈନ , ବୌଦ୍ଧ ଏବଂ ପାରସୀ ଅନ୍ତର୍ଭୁକ୍ତ । ଯଦି ୩୧ ଡିସେମ୍ବର ୨୦୧୪ କିମ୍ବା ତା ପୂର୍ବରୁ ଭାରତରେ ଆଶ୍ରୟ ନେଇଥିବା ବ୍ୟକ୍ତି ଭାରତୀୟ ନାଗରିକତ୍ୱ ପାଇପାରିବେ।

Related Articles

Back to top button