ଜନ୍ମାଷ୍ଟମୀରେ ଝଲସୁଛି ମଥୁରା ନଗରୀ

ଆଜି ଜନ୍ମାଷ୍ଟମୀ। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ଏହି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ରୂପେ ପାଳନ କରୁଛନ୍ତି । ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର । ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ କୃଷ୍ଣ ମଥୁରାରେ ଜନ୍ମ ହୋଇଥିଲେ। ସେଥିପାଇଁ ସଜେଇ ହୋଇଛି ମଥୁରା ନଗରୀ । ରଙ୍ଗବେରଙ୍ଗ ଆଲୋକ ମଳରେ ସଜେଇ ହୋଇଛି ମଥୁରା । ପ୍ରତିଘରେ ସାଜସଜ୍ଜାରେ ହୋଇପଡିଛି ଉତ୍ସବ ମୁଖର ।

ପୁରାଣ ବର୍ଣ୍ଣିତ କାହାଣୀ ଅନୁଯାୟୀ ପାପୀ କଂସର ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ବ୍ରହ୍ମାଙ୍କ ସହ ଦେବତାମାନଙ୍କ କଥାରେ ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଇଠୁ ଆରମ୍ଭ ହେଲା କୃଷ୍ଣଙ୍କ ଲୀଳା। କୃଷ୍ଣଙ୍କ ଆଦେଶରେ ବିଜୁଳି କନ୍ୟାକୁ ବନ୍ଦୀଶାଳାକୁ ଆଣି ବଦଳରେ ଗୋପପୁରରେ ନନ୍ଦରାଜାଙ୍କ ଘରେ ବିଜେ କଲେ। ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ। ବନ୍ଦୀଶାଳା ଆଲୋକରେ ଝଲସିଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁଅକୁ ନେଇ ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ଆଉ ସେହିଦିନଠାରୁ ଧରାପୃଷ୍ଠରେ ଚାଲିଲା କୃଷ୍ଣଙ୍କ ଲୀଳାଖେଳା ।

ଏହି ଉପଲକ୍ଷେ ରାସଲୀଳାର ଆୟୋଜନ ସହିତ ମନ୍ଦିରମାନଙ୍କରେ ଭାଗବତ ପୁରାଣ ଓ ଗୀତା ପାଠ କରାଯାଏ, ଉପବାସ ରଖାଯାଏ ଏବଂ କୃଷ୍ଣଙ୍କର ଭକ୍ତିଗୀତ ଗାନ କରାଯାଏ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ଦହି ହାଣ୍ତି ଭାଙ୍ଗିବାର ପରମ୍ପରା ରହିଛି। ତେଣୁ କୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ଏବ˚ ସେ ବଢ଼ିଥିବା ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୋଇଥାଏ।

ଚଳିତ ବର୍ଷ ଜନ୍ମାଷ୍ଟମୀ କ୍ରମାଗତ ଦୁଇ ଦିନ ମଧ୍ୟରେ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପାଳନ କରାଯାଏ । ଚଳିତ ବର୍ଷ ଅଷ୍ଟମୀ ତିଥି ସେପ୍ଟେମ୍ବର ୬ରେ ଦିନ ୩:୩୭ ରୁ ସେପ୍ଟେମ୍ବର ୭ ରେ ଦିନ ୪:୧୪ ପର୍ଯ୍ୟନ୍ତ ଚାଲିବ, ତେଣୁ ଏହି ଉଭୟ ଦିନ ଜନ୍ମାଷ୍ଟମୀ ଉତ୍ସବ ପାଇଁ ବେଶ ଧୂମଧାମରେ ପାଳନ ହେବ ହେବ ।

Related Articles

Back to top button