ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି

ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି ଲଗାଇବା ଖବରକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି ଲଗାଇଛନ୍ତି। ଏମିତିରେ ଏବେ ସିବିଆଇସି ଗଙ୍ଗାଜଳ ଉପରେ ଜିଏସ୍‌ଟି ଲାଗୁ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛି।

ଗଙ୍ଗାଜଳ ଉପରେ ଜିଏସ୍‌ଟି ଲଗାଇବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟ କରିଛି ଯେ ଗଙ୍ଗାଜଳକୁ ଛାଡ କରାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି, ଆରମ୍ଭରୁ ହିଁ ଗଙ୍ଗାଜଳ ସମେତ ପୂଜାପାଠର ସମସ୍ତ ସାମଗ୍ରୀ ଜିଏସ୍‌ଟିରୁ ମୁକ୍ତ ରହିଛି। ତେଣୁ ଗଙ୍ଗାଜଳ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ହୋଇନାହିଁ।

ସିବିଆଇସି କହିଛି ଯେ ସାରା ଦେଶରେ ପ୍ରତ୍ୟେକଙ୍କ ଘରେ ଗଙ୍ଗାଜଳ ପୂଜାରେ ବ୍ୟବହାର ହେଉଛି ଏବଂ ଏହି ପୂଜା ସାମଗ୍ରୀକୁ ଜିଏସ୍‌ଟି ଅଧୀନରେ ଛାଡ କରାଯାଇଛି।

Related Articles

Back to top button