ବୈଭବଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ଆଜି ତିସ ହଜାରୀ କୋର୍ଟରେ ଦୁର୍ବ୍ୟବହାର ମାମଲାରେ ବୈଭବ କୁମାରଙ୍କ ଜାମିନ ଆବେଦନ ଶୁଣାଣୀ ହୋଇଛି । କୋର୍ଟ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେବେ ଶୁଣାଣୀ ସମୟରେ ବୈଭବଙ୍କ ଓକିଲ ଦ୍ରୌପଦୀ ବସ୍ତ୍ରହରଣ ଓ କୌରବ ପାଣ୍ଡବଙ୍କ ଉଦାହରଣ ଦେଇଥିଲେ । ଯାହାକୁ ଶୁଣିବା ପରେ ସ୍ୱାତୀ କାନ୍ଦି ପକାଇଥିବା ଜଣାପଡିଛି । ସ୍ୱାତୀ କହିଛନ୍ତି ତାଙ୍କ ସହ ମାରପିଟ ହୋଇଛି । ବୈଭବଙ୍କ ସହ ପୁରା ଆମ ଆଦମୀ ପାର୍ଟି ରହିଛି । ଦଳ ନେତା ମନ୍ତ୍ରୀଙ୍କୁ ଯେଉଁ ସୁବିଧା ମିଳେନି ବୈଭବଙ୍କୁ ସେହି ସୁବିଧା ମିଳୁଛି । ।ତେଣୁ ମାମଲାକୁ ଚପାଇବାକୁ ଉଦ୍ୟମ ହେଉଛି ।

Related Articles

Back to top button