ଆସନ୍ତାକାଲି ଆକ୍ସିଅମ୍-୪ ମିଶନକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ କରାଯିବ ଉତକ୍ଷେପଣ

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେଇ ଯାଉଥିବା ଆକ୍ସିଅମ୍-୪ ମିଶନ ପାଇଁ ଏବେ ନୂଆ ତାରିଖ ଘୋଷଣା କରିଛି । ୬ ଥର ସ୍ଥଗିତ ହେବା ପରେ, ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା ପାଇଁ ଜୁନ୍ ୨୫ ଅର୍ଥାତ୍ ଆସନ୍ତାକାଲି ପାଇଁ ମିଶନର ଯାତ୍ରା ସ୍ଥିର କରାଯାଇଛି। ଏହି ମିଶନକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯିବ। ନାସା ଅନୁଯାୟୀ, ଜୁନ୍ ୨୫ ତାରିଖରେ ଭାରତୀୟ ସମୟ ଅନୁସାରେ ଦିନ ୧୨:୧୦ ରେ ଆକ୍ସିଅମ୍ ମିଶନ୍ ୪ ଉତକ୍ଷେପଣ କରାଯିବ। ଏହା ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ। ଏହାକୁ ୬ ଥର ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ମିଶନକୁ ମେ ୨୯ ତାରିଖରେ ଆରମ୍ଭ କରାଯିବାର ଯୋଜନା ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Related Articles

Back to top button